ୱାକଫ୍ ଆଇନ ନେଇ କଂଗ୍ରେସକୁ ଖୋଲା ଚାଲେଞ୍ଜ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

pm  target to congress

Photograph: (Sambad.in)

ନୂଆଦିଲ୍ଲୀ: ୱାକଫ୍ ଆଇନକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ । ସରକାରରେ କ୍ଷମତା ହାସଲ ପାଇଁ କଂଗ୍ରେସ ସମ୍ବିଧାନର ଅପମାନ କରିବାକୁ ପଛାଏ ନାହିଁ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାର ଛଡାଇଥାଏ, ବାବା ସାହେବ ଆମ୍ବେଦରକରଙ୍କ ଅପମାନ କରିଥାଏ କହି କଂଗ୍ରେସକୁ ଭର୍ତ୍ସନା କରିଛନ୍ତି ମୋଦୀ । 

ସେପଟେ ମୁର୍ଶିଦାବାଦ ହିଂସା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ମାଡିଲାଣି । ସମସେରଗଂଜ ଓ ୨୪ ପ୍ରଗଣା ଏବଂ ମାଲଦାରେ ଛୋଟ ବଡ ହିଂସା ଘଟଣା ସାମ୍ନାକୁ ଆସିଛି । ସେପଟେ କେନ୍ଦ୍ରୀୟ ଫୋର୍ସ ମୁତୟନ ଯୋଗୁଁ ସ୍ଥିତି ଆୟତରେ ଥିଲେ ବି ଭୟର ମାହୋଲ ଦେଖାଦେଇଛି ।  ହିଂସା ପାଇଁ ମମତା ସରକାରଙ୍କୁ ଦାୟୀ କରି ରାଷ୍ଟ୍ରପତି ଶାସନ ଲାଗୁ ଦାବି କରିଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe