indiatoday
ନୂଆଦିଲ୍ଲୀ: ଆଜି ବିହାରରେ ଏକା ସାଙ୍ଗରେ ୪ଟି ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିହାରରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନରେ ଆଜି ରାଲି କରିବେ ପ୍ରଧାନମନ୍ତ୍ରୀ । ସେ ପ୍ରଥମେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଅଧିକ ରାଜନନୈତିକ ପ୍ରଭାବ ଥିବା ଛାପ୍ରାଠାରୁ ସକାଳ ୧୦ଟାରେ ରାଲି ଆରମ୍ଭ କରିବେ। ତା’ପରେ ଦିନ ୧୧.୩୦ରେ ସେ ସମସ୍ତିପୁରର ହାଉସିଂ ବୋର୍ଡ ଗ୍ରାଉଣ୍ଡରେ, ପରେ ଦିନ ୧ଟାରେ ମୋତିହାରୀର ଗାନ୍ଧୀ ମୈଦାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହା ସହ ଅପରାହ୍ନ ୩ଟାରେ ବାଗାହାଠାରେ ରାଲି ଶେଷ କରିବେ ପ୍ରଧାନମନ୍ତ୍ରୀ ।
ପାଟନାର ଜେଡି (ୟୁ) ସୂତ୍ର ଅନୁଯାୟୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତିିପୁର ଏବଂ ବାଗାହା ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯୋଗଦେବେ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଆଜି ସନ୍ଧ୍ୟାରେ ଶେଷ ହେବ।
India TV Newsଅକ୍ଟୋବର ୨୯ରେ, ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୫୫.୬୯ ପ୍ରତିଶତ ମତାଦାନ ହୋଇଥିଲା। ବିହାରର ୨୪୩ ବିଧାନସଭା ଆସନ ମଧ୍ୟରୁ ୭୧ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ସରିଛି । ବିହାର ବିଧାନସଭା ନିର୍ବାଚନ ୨୦୨୦ର ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ରେ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ରେ ହେବ ଏବଂ ନଭେମ୍ବର ୧୦ରେ ଭୋଟ୍ ଗଣନା କରାଯିବ।
Follow Us