ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ସଂଧ୍ୟା ୫ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତଥାପି, ସନ୍ଧ୍ୟାରେ ତାଙ୍କ ଅଭିଭାଷଣ ବିଷୟରେ କୌଣସି ସରକାରୀ ସୂଚନା ଏପର୍ଯ୍ୟନ୍ତ ନାହିଁ। 

New Project (3)

ନୂଆଦିଲ୍ଲୀ: ଆଜି ସଂଧ୍ୟା ୫ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତଥାପି, ସନ୍ଧ୍ୟାରେ ତାଙ୍କ ଅଭିଭାଷଣ ବିଷୟରେ କୌଣସି ସରକାରୀ ସୂଚନା ଏପର୍ଯ୍ୟନ୍ତ ନାହିଁ। 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ନବରାତ୍ରି ପୂର୍ବ ସନ୍ଧ୍ୟାରେ ଆସିବ। ଯେଉଁଦିନଠାରୁ ଜିଏସ୍‌ଟି ହାର ହ୍ରାସ ଆରମ୍ଭ ହେବ ଏବଂ ବହୁ ସଂଖ୍ୟକ ଉତ୍ପାଦର ମୂଲ୍ୟ ହ୍ରାସ ପାଇବାକୁ ଯାଉଛି। ପୂର୍ବ ଚାରୋଟି ସ୍ଲାବରୁ ଦୁଇଟି ସ୍ଲାବ ନବରାତ୍ରିର ପ୍ରଥମ ଦିନ, ସେପ୍ଟେମ୍ବର ୨୨ (ସୋମବାର)ରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏପରି ଏକ ସମୟରେ ଆସିବ ଯେତେବେଳେ ଗତ କିଛି ମାସ ମଧ୍ୟରେ ଆମେରିକା ସହିତ ଭାରତର ସମ୍ପର୍କ ଶୀତଳ ହୋଇପଡ଼ିଛି। କଳଳ୍ପନା କରାଯାଉଛି ଯେ ଅଭାଭାଷଣ ବେଳେ ପ୍ରଧାନମନ୍ତ୍ରୀ ନୂତନ ଟିକସ ବ୍ୟବସ୍ଥା ବିଷୟରେ ଆଲୋଚନା କରିପାରନ୍ତି। ତେବେ ସମ୍ବୋଧନର ବିବରଣୀ ଆନୁଷ୍ଠାନିକ ଭାବରେ ପ୍ରକାଶ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe