ଆଜି ସନ୍ଧ୍ୟା ୫ଟାରେ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ସନ୍ଧ୍ୟା ୫ଟାରେ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‌ କରି ଘୋଷଣା କରିଛି।

ଏପ୍ରିଲ୍‌-ମେ ମାସରେ କୋଭିଡ୍‌ ସଂକ୍ରମଣ ମାମଲା ମାରାତ୍ମକ ଭାବେ ଦ୍ରୁତ ବେଗରେ ବିସ୍ତାର କରି ଏବେ କ୍ରମଶଃ ହ୍ରାସ ପାଇ ଆସୁଥିବା ଏବଂ ଦେଶର କେତେକ ଅଞ୍ଚଳରୁ ‘ଲକ୍‌ଡାଉନ୍‌’ କୋହଳ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଗୁରୁତ୍ବ ବହନ କରୁଥିବା ପରି ମନେହୁଏ।

publive-image Image Courtesy of NDTV

ଅସମର୍ଥିତ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ସରକାରଙ୍କର ଟିକାକରଣ ନୀତି ପ୍ରସଙ୍ଗରେ କହିପାରନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ସରକାରଙ୍କର ଟିକାନୀତିକୁ ‌ଦେଶର ବିଭିନ୍ନ ପ୍ରଦେଶ ଓ ବିଶେଷଜ୍ଞମାନେ ସମାଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe