ଆମେରିକା ହସ୍ତାନ୍ତର କରିଥିବା ୧୫୭ଟି ପ୍ରାଚୀନ ହସ୍ତଶିଳ୍ପ ସାମଗ୍ରୀ ନେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ ମ‌ୋଦୀ

Advertisment
ଆମେରିକା ହସ୍ତାନ୍ତର କରିଥିବା ୧୫୭ଟି ପ୍ରାଚୀନ ହସ୍ତଶିଳ୍ପ ସାମଗ୍ରୀ ନେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ ମ‌ୋଦୀ

Image Courtesy of India Today

ନୂଆଦିଲ୍ଲୀ: ଗସ୍ତ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ହସ୍ତାନ୍ତର କରିଥିବା ୧୫୭ଟି ପ୍ରାଚୀନ ହସ୍ତଶିଳ୍ପ ସାମଗ୍ରୀ ନେଇ ପ୍ରଧାନମନ୍ତ୍ରୀ ମୋଦୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହା ହେଉଛି ଚୋରି, ବେଆଇନ ବାଣିଜ୍ୟ ଏବଂ ସାଂସ୍କୃତିକ ସାମଗ୍ରୀଗୁଡ଼ିକର ଚୋରା ଚାଲାଣ ବିରୋଧରେ ସଂଗ୍ରାମ ସୁଦୃଢ଼ କରିବେ ବୋଲି ଉଭୟ ନେତା କରିଥିବା ପ୍ରତିବଦ୍ଧତାର ସୁଫଳ।

ଉପରୋକ୍ତ ପ୍ରାଚୀନ ସାମଗ୍ରୀଗୁଡ଼ିକୁ ଭାରତକୁ ‌ଫେରାଇ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାକୁ କୃତଜ୍ଞତା ଜଣାଇଛନ୍ତି। ୧୫୭ଟି ହସ୍ତଶିଳ୍ପ ସାମଗ୍ରୀ ମଧ୍ୟରେ ୧୦ମ ଶତାବ୍ଦୀର ଗୋଟାଏ ୧.୫ ମିଟର୍‌ବିଶିଷ୍ଟ ବାଲିଆ ବା କନ୍ଦା ପଥର ପଟରେ ଖୋଦିତ ରେବାନ୍ତ କଳାକୃତି, ଦ୍ବାଦଶ ଶତାବ୍ଦୀର ୮.୫ ସେଣ୍ଟିମିଟର୍‌ ଉଚ୍ଚତାବିଶିଷ୍ଟ ଗୋଟାଏ କାଂସ୍ୟ ନିର୍ମିତ ଚମତ୍କାର ନଟରାଜ ମୂର୍ତ୍ତି।

ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିବା କଳାକୃତିଗୁଡ଼ିକ ବିଶେଷକରି, ୧୧ଶ ଓ ୧୪ଶ ଶତାବ୍ଦୀରେ ନିର୍ମିତ। ଏହାଛଡ଼ା, ଐତିହାସିକ ଗୁରୁତ୍ବ ବହନ କରୁଥିବା ଖ୍ରୀଷ୍ଟପୂର୍ବ ୨୦୦୦ର ମାନବୀୟ ବୈଶିଷ୍ଟ୍ୟ ଥିବା ତମ୍ବାର ପ୍ରାଚୀନ ସାମଗ୍ରୀ ଏବଂ ୨ୟ ଶତାବ୍ଦୀରେ ନିର୍ମିତ ପୋଡ଼ାମାଟିର ଫୁଲଦାନି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

publive-image Image Courtesy of India Today

ଧାତୁ, ପ୍ରସ୍ତର ଏବଂ ପୋଡ଼ାମାଟିରେ ନିର୍ମିତ ଉପରୋକ୍ତ ୧୫୭ଟି ପ୍ରାଚୀନ ସାମଗ୍ରୀରୁ ୭୧ଟି ସାଂସ୍କୃତିକ, ୬୦ଟି ହିନ୍ଦୁ, ୧୬ଟି ବୌଦ୍ଧ ଏବଂ ୯ଟି ଜୈନ ଧର୍ମ ଆଧାରିତ କଳାକୃତି। ସମୁଦାୟ ସାମଗ୍ରୀ ମଧ୍ୟରୁ ପ୍ରାୟ ୪୫ଟି ହେଉଛି ଖ୍ରୀଷ୍ଟପୂର୍ବ ଅମଳର।

କାଂସ୍ୟ ହସ୍ତଶିଳ୍ପ ମଧ୍ୟରେ ରହିଛି ଲକ୍ଷ୍ମୀନାରାୟଣ, ବୁଦ୍ଧ, ବିଷ୍ଣୁ, ଶିବପାର୍ବତୀ ଏବଂ ୨୪ ଜୈନ ତୀର୍ଥଙ୍କରଙ୍କ ପ୍ରତିମା। ଏହାଛଡ଼ା, ଏଥିରେ କନକଳମୂର୍ତ୍ତି, ବ୍ରାହ୍ମିଆ ଏବଂ ନନ୍ଦିକେଶ ଆଦି ପ୍ରତିମା ଏବଂ ବହୁ ଅଚିହ୍ନା ଦେବାଦେବୀ ପ୍ରତିମା ମଧ୍ୟ ରହିଛି।

ଏହି ପ୍ରାଚୀନ କଳାକୃତି ସବୁ ତାମିଲନାଡୁ, ମଧ୍ୟପ୍ରଦେଶ, ଜମ୍ମୁ ଓ କଶ୍ମୀର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ବିହାର ଆଦି ରାଜ୍ୟରୁ ଚୋରି ହୋଇ ବିଦେଶକୁ ଚାଲାଣ କରାଯାଇଥିଲା।

ସୂଚନାଯୋଗ୍ୟ, ତିନିଦିନିଆ ଆମେରିକା ଗସ୍ତ ଶେଷକରି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଜନ୍‌ ଏଫ୍‌. କେନେଡି ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିମାନ ଆରୋହଣ କରି ଭାରତ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe