Image Courtesy of Zee News
ନୂଆଦିଲ୍ଲୀ: ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆଜି କୋଲ୍କାତା ଅଭିମୁଖେ ଯାତ୍ରା କରିବେ।
ଏ ସଂକ୍ରାନ୍ତରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ପଶ୍ଚିମବଙ୍ଗର ପ୍ରିୟ ଭାଇ ଓ ଭଉଣୀମାନେ, ‘ପରାକ୍ରମ ଦିବସ’ ଭଳି ଏକ ଶୁଭଦିନରେ ଆପଣଙ୍କ ଗହଣରେ ଉପସ୍ଥିତ ହେବାକୁ ମୁଁ ସମ୍ମାନର କଥା ବୋଲି ମନେକରୁଛି। କୋଲ୍କାତାରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଆମେ ସାହସୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା।
କୋଲ୍କାତା ଗସ୍ତ କାର୍ଯ୍ୟସୂଚୀ ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ଏଲ୍ଗିନ୍ ରୋଡ୍ସ୍ଥିତ ନେତାଜୀ ଭବନକୁ ଯିବେ। ‘ଭିକ୍ଟୋରିଆ ମେମୋରିଆଲ୍’ରେ ‘ପରାକ୍ରମ ଦିବସ’ର ଉଦ୍ଘାଟନୀ ଉତ୍ସବରେ ମଧ୍ୟ ସେ ଉଦ୍ବୋଧନ ଦେବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ପ୍ରେସ୍ ରିଲିଜ୍ ଅନୁସାରେ, ଏହି ଅବସରରେ ନେତାଜୀଙ୍କ ଉପରେ ଏକ ସ୍ଥାୟୀ ପ୍ରଦର୍ଶନୀ ଏବଂ ‘ପ୍ରୋଜେକ୍ସନ୍ ମ୍ୟାପିଙ୍ଗ୍ ସୋ’ ଉଦ୍ଘାଟନ କରାଯିବ।
Image Courtesy of Times Nowପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ମଧ୍ୟ ରିଲିଜ୍ କରିବେ। ନେତାଜୀଙ୍କ ଉପରେ ଆଧାରିତ ‘ଆମାର ନୂତୋନ୍ ଯୌବୋନେରି ଦୂତ’ ଶୀର୍ଷକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।
ଏହି ଉତ୍ସବରେ ନେତାଜୀଙ୍କ ପତ୍ରାବଳୀ ଉପରେ ଆଧାରିତ ପୁସ୍ତକ ‘ବୁକ୍: ଲେଟର୍ସ ଅଫ୍ ନେତାଜୀ (୧୯୨୬-୧୯୩୬)’ ଉନ୍ମୋଚନ କରାଯିବ। ‘ଆଇଏନ୍ଏ’ର ବର୍ଷିୟାନ୍ ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନ କରିବା ଲାଗି ଅନ୍ୟ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ।
ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ନ୍ୟାସ୍ନାଲ୍ ଲାଇବ୍ରେରିକୁ ଯିବେ। ସେଠାରେ ଆୟୋଜନ ହେବାକୁ ଥିବା ‘ରି-ଭିଜିଟିଙ୍ଗ୍ ଦି ଲିଗାସି ଅଫ୍ ନେତାଜୀ ସୁଭାଷ ଇନ୍ ଦି ଟେ୍ଵଣ୍ଟିଫାଷ୍ଟ୍ ସେଞ୍ଚୁୁରି’ ଶୀର୍ଷକ ଏକ ଆନ୍ତର୍ଜାତିକ ସମ୍ମିଳନୀ ଏବଂ ଏକ ‘ଆର୍ଟିଷ୍ଟ୍ସ୍ କ୍ୟାମ୍ପ୍’ରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ଚିତ୍ରଶିଳ୍ପୀ ଏବଂ ସମ୍ମିଳନୀରେ ଭାଗନେଇଥିବା ବ୍ୟକ୍ତିବିଶେଷଙ୍କ ସହ ବାର୍ତ୍ତାଳାପ କରିବେ।
Follow Us