ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଫୋନ୍‌ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଫୋନ୍‌ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା କରିପାରନ୍ତି। ସରକାରୀସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ରୁଷ୍‌-ୟୁକ୍ରେନ୍‌ ସଙ୍କଟ ସାମାଧାନ ଉପାୟ ସଂକ୍ରାନ୍ତରେ ଦୁଇ ଦେଶର ନେତା ଆଲୋଚନା କରିବେ।

publive-image Image Courtesy of India Today

ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ପରେ ଭାରତର ସହଯୋଗ ଲୋଡ଼ି ତୁରନ୍ତ ରାଷ୍ଟ୍ରପତି ଜେଲେନ୍‌ସ୍କି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିଥିଲେ। ଏ ବିଷୟରେ ଟୁଇଟ୍‌ କରି ଜେଲେନ୍‌ସ୍କି ଲେଖିଥିଲେ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହେଲି। ୟୁକ୍ରେନର ରୁଷୀୟ ଆକ୍ରମଣ ମୁକାବିଲା ଧାରା ସଂକ୍ରାନ୍ତରେ ସୂଚନା ଦେଲି। ଆମ ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରମଣକାରୀ ପ୍ରବେଶ କରିଛନ୍ତି। ସେମାନେ ଧୀରେ ଧୀରେ କିନ୍ତୁ, ମାରାତ୍ମକ ଭାବେ ଆବାସିକ କୋଠାବାଡ଼ି ଉପରକୁ ଗୁଳିଗୋଳା ବର୍ଷଣ କରୁଛନ୍ତି। ଜାତିସଂଘ ନିରାପତ୍ତା ପରିଷଦ୍‌ରେ ରାଜନୈତିକ ସମର୍ଥନ ଦେବାକୁ ଭାରତକୁ ଅନୁରୋଧ କରିଛି। ସମ୍ମିଳିତ ଭାବେ ଆକ୍ରମଣକାରୀକୁ ପ୍ରତିରୋଧ କରାଯାଉ।

publive-image Image Courtesy of The Indian Express

ଭାରତ କିନ୍ତୁ, ରୁଷ୍‌ କିଂବା ୟୁକ୍ରେନ୍‌ର ପକ୍ଷ ନେଇ ନାହିଁ କି, ବିରୋଧ କରିନାହିଁ। ଭାରତ ବାରମ୍ବାର କହିଥିଲା ଯେ, ଯୁଦ୍ଧାଞ୍ଚଳରେ ଫସି ରହିଥିବା ଭାରତୀୟମାନଙ୍କ ନିରାପଦ ସ୍ଥାନାନ୍ତରଣ ଉପରେ ଧ୍ୟାନ ଦେଉଛି। ଏହାଛଡ଼ା, ସାମ୍ପ୍ରତିକ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରୁଷ୍‌ ଓ ୟୁକ୍ରେନ୍‌କୁ ଭାରତ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe