ଦେଶର ଦୀର୍ଘତମ ଡବଲ୍‌ ଡେକର ବ୍ରିଜ ବୋଗିବିଲ୍‌ ସେତୁକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

Advertisment
ଦେଶର ଦୀର୍ଘତମ ଡବଲ୍‌ ଡେକର ବ୍ରିଜ ବୋଗିବିଲ୍‌ ସେତୁକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଦିବ୍ରୁଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଦୀର୍ଘତମ ରେଳ ଓ ରୋଡ ବ୍ରିଜ ବୋଗିବିଲ୍‌ ସେତୁକୁ ଉଦ୍‌ଘାଟନ କରିଛନ୍ତି। ଆସାମର ଦିବ୍ରୁଗଡ଼ରୁ ଅରୁଣାଚଳ ପ୍ରଦଶର ଦେହାମ୍‌ଜୀକୁ ସଂଯୋଗ କରୁଥିବା ଏହି ଡବଲ୍‌ ଡେକର ବ୍ରିଜ ଆସାମ ଓ ଅରୁଣାଚଳ ମଧ୍ୟରେ ଦୂରତା ହ୍ରାସ କରିଛି। ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଏହି ସେତୁ ପ୍ରତିରକ୍ଷା ଦୃଷ୍ଟିରୁ ମଧ୍ୟ ବହୁ ଗୁରୁତ୍ୱ ବହନ କରେ। ଅରୁଣାଚଳ ପ୍ରଦେଶକୁ ଚୀନ ସୀମା ଲାଗି ଥିବାରୁ ଏହି ସେତୁ ଦ୍ୱାରା ସେନାର ପରିବହନ ବ୍ୟବସ୍ଥା ମଧ୍ୟ ତ୍ୱରାନ୍ଵିତ ହେବ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଉଦ୍‌ଘାଟନ କରିଛନ୍ତି।

publive-image www.hindustantimes.com

ବୋଗିବିଲ୍‌ ସେତୁର ବିଶେଷତ୍ୱ ହେଲା, ଏହା ମୁଖ୍ୟତଃ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ନିର୍ମିତ ହୋଇଛି। ଏଥିଲାଗି ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ୩୫,୪୦୦ ଟନ୍‌ ଷ୍ଟିଲ୍‌ ଯୋଗାଇଛି। ଏହି ସେତୁ ଏସିଆ ମହାଦେଶର ଦ୍ୱିତୀୟ ଦୀର୍ଘତମ ରେଲ୍‌-ରୋଡ୍‌ ବ୍ରିଜ। ଏହି ସେତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଦୌଡ଼ାଙ୍କ ଦ୍ୱାରା ୧୯୯୭ ଶିଳାନ୍ୟାସ ହୋଇଥିଲା। ମାତ୍ର ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପାୟୀ ୨୦୦୨ରେ ଏହାର କାର୍ଯ୍ୟାରମ୍ଭ କରାଇଥିଲେ। ୪.୯୮ କିଲୋମିଟର ଦୀର୍ଘ ବୋଗିବିଲ୍‌ ସେତୁ ନିର୍ମାଣ ଲାଗି ୫,୯୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe