ଆଜି ସ୍ବାମୀତ୍ବ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୩୨,୦୦୦ଲୋକଙ୍କୁ ମିଳିବ ଭୂସମ୍ପତ୍ତି ବିବରଣୀ ଥିବା କାର୍ଡ

Advertisment
ଆଜି ସ୍ବାମୀତ୍ବ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୩୨,୦୦୦ଲୋକଙ୍କୁ ମିଳିବ ଭୂସମ୍ପତ୍ତି ବିବରଣୀ ଥିବା କାର୍ଡ

aajtak

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ବାମୀତ୍ବ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନରେ ପ୍ରାୟ ଏକ ଲକ୍ଷ ସମ୍ପତ୍ତି ମାଲିକ ସେମାନଙ୍କ ମୋବାଇଲ୍ ଫୋନକୁ ଆସିଥିବା ଏସଏମଏସ ଲିଙ୍କ୍ ମାଧ୍ୟମରେ ସେମାନଙ୍କ ସମ୍ପତ୍ତି ବିବରଣୀ ଥିବା କାର୍ଡଗୁଡ଼ିକୁ ଡାଉନଲୋଡ୍ କରିପାରିବେ। ଏହି ଯୋଜନାକୁ ଲକଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଏବଂ ଆଜି ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ।

ଆଜି, ଜମି ମାଲିକମାନେ ସେମାନଙ୍କର ସମ୍ପତ୍ତିର ମାଲିକାନା ରେକର୍ଡ ସହ ଜଡ଼ିତ କାର୍ଡ ପାଇ ପାରିବେ | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି, ଯାହା ଭାରତର ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବ। ୬ଟି ରାଜ୍ୟର ୭୬୩ଟି ଗାଁର ୧୩୨,୦୦୦ ଲୋକଙ୍କୁ ଭୂସମ୍ପତ୍ତିର ବିବରଣୀ ଥିବା କାର୍ଡ ପ୍ରଦାନ କରାଯିବ । ଏଥିମଧ୍ୟରେ ହରିୟାଣାରୁ ୨୨୧, କର୍ଣ୍ଣାଟକରୁ ୨ଟି, ମହାରାଷ୍ଟ୍ରରୁ ୧୦୦, ମଧ୍ୟ ପ୍ରଦେଶରୁ ୪୪, ଉତ୍ତର ପ୍ରଦେଶରୁ ୩୪୬ ଏବଂ ଉତ୍ତର ପ୍ରଦେଶର ୫୦ଟି ଗାଁର ଲୋକ ଅନ୍ତର୍ଭୁକ୍ତ।

publive-image hindustantimes

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ମହାରାଷ୍ଟ୍ର ବ୍ୟତୀତ ଏହି ସମସ୍ତ ରାଜ୍ୟର ହିତାଧିକାରୀମାନେ ଗୋଟିଏ ଦିନ ମଧ୍ୟରେ ସେମାନଙ୍କ ସମ୍ପତ୍ତି କାର୍ଡ ପାଇ ପାରିବେ। ମହାରାଷ୍ଟ୍ରରେ ସମ୍ପତ୍ତି କାର୍ଡ ପାଇଁ କିଛି ରାଶି ସଂଗ୍ରହ କରିବାର ବ୍ୟବସ୍ଥା ରହିଛି, ତେଣୁ ମହାରାଷ୍ଟ୍ରରେ ହିତାଧିକାରୀମାନଙ୍କୁ କାର୍ଡ ଦେବା ପାଇଁ ୧ ମାସ ଲାଗିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe