Image Source: Zee News
ତ୍ରିଶୁର: ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କେରଳର ତ୍ରିଶୁର ଜିଲ୍ଲାରେ ଥିବା ଗୁରୁବୟୁର ଶ୍ରୀକୃଷ୍ଣ ମନ୍ଦିରରେ ପୂଜା କରିବେ ଓ ଗୋଟାଏ ସାଧାରଣ ସଭାରେ ଭାଷଣ ଦେବେ। ଏହା ପରେ ସେ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତରେ ଯିବେ। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ।
ଗତ ରାତିରେ ପ୍ରଧାନମନ୍ତ୍ରୀ ମୋଦୀ କୋଚିରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ୍ ଏବଂ କେରଳର ରାଜ୍ୟପାଳ ଜଷ୍ଟିସ୍ ପି. ସାତଶିବମ୍ ତାଙ୍କୁ ପାଛୋଟି ନେଇଥିଲେ।
ପୂର୍ବାହ୍ନ ୧୦ଟା ପରେ ସେ ଗୁରୁବୟୁର ମନ୍ଦିରରେ ପ୍ରାର୍ଥନା କରିବା ପରେ ୧୧: ୩୦ ମିନିଟ ସମୟରେ ପ୍ରଥମ ଥର ପାଇଁ କେରଳରେ ବିଜେପି କର୍ମୀଙ୍କ ଦ୍ୱାରା ଆୟୋଜିତ ଅଭିନନ୍ଦନ ସଭାରେ ସଭାରେ ଭାଷଣ ଦେବେ।
ଅପରାହ୍ଣ ୩ଟା ବେଳେ ସେ ମାଳଦ୍ୱୀପର ରାଜଧାନୀରେ ପହଞ୍ଚିବା ପରେ ସେଠାକାର ରିପବ୍ଲିକ୍ ସ୍କୋୟାର୍ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ।
Follow Us