ଏସିୟାନ୍‌ ସମ୍ମିଳନୀରେ ଭାଗ ନେବା ପାଇଁ ଫିଲିପିନ୍ସ ପହଞ୍ଚିଲେ ମୋଦି, ଡେନାଲ୍ଡ ଟ୍ରମ୍ପଙ୍କୁ ବି ଭେଟିବାର ଅଛି କାର୍ଯ୍ୟକ୍ରମ

Advertisment
ଏସିୟାନ୍‌ ସମ୍ମିଳନୀରେ ଭାଗ ନେବା ପାଇଁ ଫିଲିପିନ୍ସ ପହଞ୍ଚିଲେ ମୋଦି, ଡେନାଲ୍ଡ ଟ୍ରମ୍ପଙ୍କୁ ବି ଭେଟିବାର ଅଛି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ତମ ଆସୋସିଏସନ୍‌ ଅଫ୍‌ ସାଉଥ୍‌ ଇଷ୍ଟ ଏସିୟାନ୍‌ ନେସନ୍‌ (ଏସିୟାନ୍‌ ସମ୍ମିଳନୀ)ରେ ଭାଗ ନେବା ପାଇଁ ଫିଲିପିନ୍ସର ରାଜଧାନୀ ମନାଲିରେ ପହଞ୍ଚିଛନ୍ତି। ମୋଦି ଏଠାରେ ୧୨ତମ ଇଷ୍ଟ ଏସିୟା ସମ୍ମିଳନୀରେ ବି ଭାଗ ନେବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲିପିନ୍ସଗସ୍ତ କାଳରେ ଫିଲିପିନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟାର୍ଟି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ବି ରହିଛି। ଗତ ୩୬ବର୍ଷ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ପ୍ରଥମଥର ପାଇଁ ଫିଲିପିନ୍ସ ଗସ୍ତରେ ଆସୁଛନ୍ତି। ଏହାପୂର୍ବରୁ ୧୯୮୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଫିଲିପିନ୍ସଗସ୍ତରେ ଆସିଥିଲେ।

ଫିଲିପିନ୍ସରେ ପହଞ୍ଚି ମୋଦି ଏସିୟାନ ସମ୍ମିଳନୀରେ ଭାଗ ନେବା ସହିତ ଇଣ୍ଟରନ୍ୟାସନାଲ ରାଇସ ଇଷ୍ଟିଚ୍ୟୁଟ ପରିଦର୍ଶନ କରି ଭାରତୀୟ ସମୁଦାୟଙ୍କ ସହିତ ସାକ୍ଷାତ କରିବେ। ଭାରତର ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକାଳକୁ ନେଇ ବହୁତ କିଛି ଯୋଜନାର ଆଶା ରଖାଯାଇଛି।

ମାଦି ଏହି ଗସ୍ତ ପୂର୍ବରୁ ଟୁଇଟ କରି କହିଥିଲେ, ଏହି ଯାତ୍ରା ଭାରତ ସହିତ ଏସିୟାନ୍‌ ଦେଶର ରାଜନୈତିକ, ଆର୍ଥିକ ଓ ସାମାଜିକ ଓ ସାଂସ୍କୃତିକ ସ୍ତରକୁ ମଜବୁତ କରିବାର ସଙ୍କେତ ଅଟେ। ଏଥିସହିତ ଭାରତ ଓ ଫିଲିପିନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବି ଶକ୍ତିଶାଳୀ ହେବ।

ପ୍ରଧାନମନ୍ତ୍ରୀ ମୋଦି ଫିଲିପିନ୍ସରେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କୁ ବି ଭେଟିବେ। ଚୀନ ଓ ଅନ୍ତରାଷ୍ଟ୍ରୀୟ ମଞ୍ଚକୁ ଘେରିବା ପାଇଁ ଆମେରିକା ଏଇ କିଛିଦିନ ହେବ ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ସହିତ ଚର୍ତୁପାକ୍ଷିକ ମେଣ୍ଟ ଗଠନ କରିବା ପ୍ରସ୍ତାବରେ କାମ କରୁଛି। ମୋଦି ଓ ଡୋନାଲ୍ଡ ଟ୍ରମ୍ପ ଏହି ସମ୍ପର୍କରେ ବି ଆଲୋଚନା କରି ପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe