ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment
ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେପ୍ଟେମ୍ବର ୨୪ରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିବେ। କରୋନା ସଂକ୍ରମଣ ପାଇଁ ସବୁ ବୈଠକ ଭର୍ଚୁଆଲ ମୋଡରେ ହେଉଥିବା ବେଳେ ପ୍ରଥମ କରି ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଶିଖର ସମ୍ମିଳନୀରେ  ଯୋଗ ଦେବେ। ଏହି ସମ୍ମିଳନୀରେ ଭାରତ ସହ ଅଷ୍ଟ୍ରେଲିଆ ଓ ଜାପାନର ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ରାଷ୍ଟ୍ରପତି ସାମିଲ ହେବେ।

publive-image MSN

ମାର୍ଚ୍ଚରେ ଜୋ ବାଇଡେନ ଭର୍ଚୁଆଲ ମୋଡରେ ପ୍ରଥମ ଶିଖର ସମ୍ମିଳନୀ ଆୟୋଜନ କରିଥିଲେ | ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏକ ବିବୃତି ଅନୁଯାୟୀ, ନେତାମାନେ ସେପ୍ଟେମ୍ବର ୨୪ରେ ଚଳିତ ବର୍ଷ ମାର୍ଚ୍ଚରେ ଘୋଷଣା ହୋଇଥିବା କୋଭିଡ -୧୯ ଟିକାକରଣ ପଦକ୍ଷେପ ଉପରେ ସମୀକ୍ଷା କରିବେ। ଏହା ସହ ସମସାମୟିକ ବିଶ୍ବସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ମତ ବିନିମୟ କରିବେ। ଯେମିତିକ ଜଟିଳ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସଂଯୋଗୀକରଣ ଏବଂ ଭିତ୍ତିଭୂମି, ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ଶିକ୍ଷା।

publive-image

ଅନ୍ୟପକ୍ଷରେ, ସେପ୍ଟେମ୍ବର ୨୫ରେ, ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ୭୬ତମ ଅଧିବେଶନର ଉଚ୍ଚ ସ୍ତରୀୟ ବିଭାଗର ସାଧାରଣ ବିତର୍କକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe