ମୁଁ ଲହୁଣୀ ଉପରେ ନୁହେଁ ପଥର ଉପରେ ଗାର ଟାଣେ; ଟୋକିଓରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ମୁଁ ଲହୁଣୀ ଉପରେ ନୁହେଁ ପଥର ଉପରେ ଗାର ଟାଣେ; ଟୋକିଓରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସଂପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି । ଭାରତ ଓ ଜାପାନ ପ୍ରାକୃତିକ ସହଯୋଗୀ, ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଭାରତରେ ଜନତାଙ୍କ ନେତୃତ୍ୱାଧୀନ ସରକାର କାର୍ଯ୍ୟ କରୁଛି। ଶାସନର ଏହି ମଡେଲ୍ ଏବେ ଭାରତକୁ ବିକାଶ ଦିିଗରେ ଆଗେଇ ନେଇ ଚାଲିଛି। ଭାରତ ଏବେ ନିଜର ହଜିଯାଇଥିବା ବିଶ୍ୱାସକୁ ପୁନଃ ପ୍ରାପ୍ତ କରିବାରେ ଲାଗିଛି। ଭାରତ ନିଜର ଅତୀତ ପାଇଁ ଯେତିକି ଗର୍ବିତ ଅଛି ସେହିଭଳି ଭାବରେ ନିଜ ଭବିଷ୍ୟତକୁ ନେଇ ସମାନ ଭାବ‌ରେ ଆଶାବାଦୀ ମଧ୍ୟ ଅଛି। ମୁଁ ଲହୁଣୀ ଉପରେ ନୁହେଁ ପଥର ଉପରେ ଗାର ଟାଣେ। ଏହା ଖାଲି କଥାରେ ନୁହେଁ, କାମରେ ମଧ୍ୟ ମୁଁ କରି ଦେଖାଇଛି।

ସେ ଆହୁରି କହିଛନ୍ତି ଯେ, ଭାରତୀୟ ସଂପ୍ରଦାୟ ଭାରତ-ଜାପାନ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ କରୁଛନ୍ତି । ସେମାନେ ଜାପାନରେ ଭାରତକୁ ନେଇଆସିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସ୍ବାମୀ ବିବେକାନନ୍ଦଙ୍କ ଉପରେ ଜାପାନର ଗଭୀର ପ୍ରଭାବ ପଡ଼ିଥିଲା । ଅନ୍ୟପକ୍ଷରେ ଆଜିର ବିଶ୍ବ ସମସ୍ୟାର ସମାଧାନ ପାଇଁ ଭଗବାନ ବୁଦ୍ଧଙ୍କ ପ୍ରଦର୍ଶୀତ ମାର୍ଗର ଅନୁସରଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe