ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କରୱାଲ ନଗର ଆସନରେ ଏକ ରାଲିରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏହି ରାଲିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମଞ୍ଚରେ ପହଞ୍ଚିବା ପରେ ପଟପଡ଼ଗଞ୍ଜ ଆସନରୁ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗି ତାଙ୍କ ପାଦ ଛୁଇଁଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ରବିନ୍ଦ୍ର ନେଗିଙ୍କ ପାଦକୁ ଛୁଇଁଥିଲେ।
ଅଧିକ ପଢ଼ନ୍ତୁ: ଧ୍ବଜାବତରଣ ସମାରୋହ: ଦେଶାତ୍ମବୋଧକ ସଙ୍ଗୀତରେ ଝୁମିଲେ ଦର୍ଶକ
ରବୀନ୍ଦ୍ର ସିଂ ନେଗି ମୂଳତଃ ଉତ୍ତରାଖଣ୍ଡର ବାସିନ୍ଦା, ବର୍ତ୍ତମାନ ସେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ସଦସ୍ୟ ଅଟନ୍ତି। ସେ ବିନୋଦ ନଗର ୱାର୍ଡ -୧୯୮ର ଜଣେ କାଉନସିଲର। ବିନୋଦ ନଗର ୱାର୍ଡ ପଟପଡ଼ଗଞ୍ଜ ବିଧାନସଭା ଆସନ ଅଧୀନରେ ଆସେ। ରବିନ୍ଦ୍ର ନେଗୀ ପଟପଡ଼ଗଞ୍ଜ ଅଞ୍ଚଳର ଏକ ଜଣାଶୁଣା ଚେହେରା।
ଅଧିକ ପଢ଼ନ୍ତୁ: ସରିଗଲା ଶୀତ! ଆରମ୍ଭ ହେଲା ଖରା: ଘନକୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି
Follow Us