ମୋଦୀଙ୍କୁ ବିଦେଶରେ ଦେଖି ଭୋଭୋ ହୋଇ କାନ୍ଦିଲେ ଭାରତୀୟ ପ୍ରବାସୀ

Advertisment

ନ୍ୟୁୟର୍କରେ ପହଞ୍ଚିବା ପରେ ମୋଦୀଙ୍କୁ ଭାରତୀୟ ପ୍ରବାସୀମାନେ ସ୍ବଗାତ କରି ହେଲେ ଭାବବିହ୍ବୋଳ। କହିଲେ, ‘ଆଜି ଆମକୁ ଆମ ଭଗବାନଙ୍କ ଦର୍ଶନ ମିଳି ଯାଇଛି। ଭଗବାନ ମୋଦୀଙ୍କୁ ଦୀର୍ଘାୟୁ କରନ୍ତୁ।’

ନ୍ୟୁୟର୍କରେ ପହଞ୍ଚିବା ପରେ ମୋଦୀଙ୍କୁ ଭାରତୀୟ ପ୍ରବାସୀମାନେ ସ୍ବଗାତ କରି ହେଲେ ଭାବବିହ୍ବୋଳ। କହିଲେ, ‘ଆଜି ଆମକୁ ଆମ ଭଗବାନଙ୍କ ଦର୍ଶନ ମିଳି ଯାଇଛି। ଭଗବାନ ମୋଦୀଙ୍କୁ ଦୀର୍ଘାୟୁ କରନ୍ତୁ।’

୬୪

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିବା ପରେ ଭାରତୀୟ ପ୍ରବାସୀମାନେ ତାଙ୍କୁ ଖୁବ ସୁନ୍ଦର ଭାବେ ସ୍ୱାଗତ ଜଣାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବି ଭାରତୀୟ ପ୍ରବାସୀଙ୍କୁ ଭେଟି ଖୁସି ହୋଇଯାଇଥିଲେ। ଭାରତୀୟ ମୂଳ ବ୍ୟକ୍ତିମାନେ ମୋଦୀଙ୍କୁ ଦେଖିବା ପରେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଥିଲେ । 

ବିହାର ଝାଡ଼ଖଣ୍ଡ ଆସୋସିଏସନ ଅଫ୍ ନ୍ୟୁ ଇଂଲଣ୍ଡର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ନ୍ୟୁୟର୍କର ଏକ ହୋଟେଲରେ ଏକାଠି ହୋଇଥିଲେ।

ରିପୋର୍ଟ ଅନୁଯାୟୀ ଏହି ସମୟରେ ପିଏମ ମୋଦୀଙ୍କୁ ଭେଟିବାକୁ ଆସିଥିବା ଭାରତୀୟ ପ୍ରବାସୀ ହେମା କହିଛନ୍ତି,‘ ମୁଁ କେବଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଏତେ ବାଟରୁ ଆସିଛି।  ମୁଁ ମୋଦୀଙ୍କ ଜଣେ ବଡ଼ ପ୍ରଶଂସକ। ମୋର ଅନେକ ଦିନରୁ ସ୍ବପ୍ନ ଥିଲା ମୋଦୀଙ୍କୁ ମୁଁ କେବେ ପାଖରୁ ଦେଖିବି। ଯାହା ଆଜି ପୁରଣ ହୋଇଯାଇଛି।  ଆଜି ଯେମିତି ଲାଗୁଛି ମୁଁ ମୋ ଭଗବାନଙ୍କୁ ପାଖରେ ପାଇ ଯାଇଛି। ଭଗବାନ ତାଙ୍କୁ ଆମ ଦେଶ ପାଇଁ ଦୀର୍ଘ ଆୟୁଷ ପ୍ରଦାନ କରନ୍ତୁ। 

ଏହି କ୍ରମରେ ଭାରତୀୟ ପ୍ରବାସୀ ପ୍ରମୋଦ କହିଛନ୍ତି,‘ ଯେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ ସ୍ୱାଗତ କରୁଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe