ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ, ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ

Advertisment
‘ପ୍ରଧାନମନ୍ତ୍ରୀ ମୋଦୀ ପରିବର୍ତ୍ତନର ମୁଖିଆ’

Image Courtesy of SME Street

ନୂଆଦିଲ୍ଲୀ : ପ୍ରଧାତନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଗୁଜରାଟ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ‌ଯୋଗ ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ବଳ ଆଲୋକୀକରଣ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ସେ ମିଳିତ ଜାତିସଂଘରେ ସ୍ଥାନିତ ସମସ୍ତ ଭାଷାରେ ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟକୁ ଉନ୍ମୋଚନ କରିବା ସହିତ ୟୁନିଟି ଗ୍ଲୋ ଗାର୍ଡେନଠାରେ କେୱଡିଆ ମୋବାଇଲ ଆପ୍‌ର ଉନ୍ମୋଚନ କରିଛନ୍ତି। ସେ କାକ୍‌ଟ୍‌ସ ଉଦ୍ୟାନ ଉଦ୍‌ଘାଟନ କରିବା ସହିତ ପରିଦର୍ଶନ ମଧ୍ୟ କରିଛନ୍ତି। ଏଥିସହିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ବଳ ଆଲୋକୀକରଣ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି। ସମନ୍ବିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରାଣୀ ଉଦ୍ୟାନ ଓ ବୃତ୍ତ ଗମ୍ଭୁଜ ପକ୍ଷୀଶାଳା (ଜିଓଡେସିକ ଆଭିଆରି ଡୋମ) ଉଦ୍‌ଘାଟନ କରିଛନ୍ତି। କେୱଡିଆ ସମନ୍ବିତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସେ ୧୭ଟି ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ୪ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe