ଯବାନଙ୍କ ମେଳରେ ମୋଦୀ: କାଲି ବୀର ଯବାନଙ୍କୁ ସଲାମ୍ କରିଥିଲେ, ଆଜି ପାଖକୁ ଯାଇ ଭେଟିଲେ ପ୍ରଧାନମନ୍ତ୍ରୀ

modi meetr

Photograph: (Sambad.in)

ଅମୃତସର: ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । ପଞ୍ଜାବ ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ମୋଦୀ । ଆଜି ସକାଳେ ସକାଳେ ଆଦମପୁର ଗସ୍ତ କରି ସେଠାରେ ଥିବା ବୀର ଯବାନମାନଙ୍କ ସହ ବୀରତ୍ବର ମୁହୂର୍ତ୍ତ ବିତାଇଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀ ପ୍ରଥର ଥର ପାଇଁ ଆମ ବୀର ଯବାନଙ୍କ ସହ ସାକ୍ଷାତ କରିଛନ୍ତି । ମୋଦୀଙ୍କ ସହ କଥା ହୋଇ ଯବାନମାନେ ମଧ୍ୟ ଖୁସି ଥିବା ଦେଖିବାକୁ ମିଳିଛି । ଯବାନଙ୍କ ସହ ଫଟୋ ସାମ୍ନାକୁ ଆସିଥିବା ବେଳେ ଏ ଗର୍ବର ମୁହୂର୍ତ୍ତ ଦେଖିଛି ଦେଶ ।

ତେବେ ପହଲଗାମ୍ ହମଲା ପରେ ପ୍ରତିଶୋଧ ନେବାକୁ ଅପରେସନ ସିନ୍ଦୂର ଜରିଆରେ ଆମ ବୀର ଯବାନମାନେ ନିଜର ଅଦମ୍ୟ ସାହସ ଦେଖାଇଥିଲେ । ୩ ସେନା ନିଜର ସାହସ ବଳରେ ପାକିସ୍ତାନକୁ ଧୂଳି ଚଟାଇଲା, ଆତଙ୍କୀଙ୍କୁ ସଫା କଲା । ଗତକାଲି ଭାରତର ବୀର ଯବାନଙ୍କୁ ସଲାମ କରିଥିବା ବେଳେ ସେମାନଙ୍କ ସାହସ, ତ୍ୟାଗକୁ ସବୁ ମାଆ ଓ ଭଉଣୀଙ୍କୁ ସମର୍ପିତ କରିଥିଲେ । ଆଉ ଆଜି ଯବାନଙ୍କୁ ଭେଟିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe