ଅଚାନକ ଗୁରୁଦ୍ୱାର ରକାବଜଙ୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଗୁରୁ ତେଗ୍‌ ବାହାଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ

Advertisment
ଅଚାନକ ଗୁରୁଦ୍ୱାର ରକାବଜଙ୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଗୁରୁ ତେଗ୍‌ ବାହାଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ

Image Courtesy of Hindustan Times

ନୂଆଦିଲ୍ଲୀ: ରବିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ନୂଆଦିଲ୍ଲୀସ୍ଥିତ ଗୁରୁଦ୍ୱାର ରକାବଜଙ୍ଗ ଦର୍ଶନରେ ଯାଇ ଆତ୍ମବଳି ଦେଇଥିବା ଗୁରୁ ତେଗ୍‌ ବାହାଦୁରଙ୍କ ପ୍ରତି ମଥାନତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଥିପାଇଁ ପୂର୍ବରୁ କୌଣସି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇ ନ ଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁଦ୍ୱାର ରକାବଜଙ୍ଗ ଦର୍ଶନ ନିମନ୍ତେ ପୁଲିସ ବନ୍ଦୋବସ୍ତ ହୋଇ ନ ଥିଲା କିଂବା ସାଧାରଣ ନାଗରିକଙ୍କ ଲାଗି ଟ୍ରାଫିକ୍‌ କଟକଣା ମଧ୍ୟ ଲାଗୁ କରାଯାଇ ନ ଥିଲା।

ସଂସଦ ଭବନ ପାଖରେ ଅବସ୍ଥିତ ଗୁରୁଦ୍ୱାର ରକାବଜଙ୍ଗରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୫ରୁ ୨୦ ମିନିଟ୍‌ ବିତାଇବା ସହ ‘ଅର୍‌ଦାସ୍‌’ରେ ଅଂଶଗ୍ରହଣ କରିଥିଲେ।

publive-image Image Courtesy of PM'sTweeter

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଶନିବାର ଦିନ ଟୁଇଟ୍‌ କରି ଗୁରୁ ତେଗ୍‌ ବାହାଦୁରଙ୍କୁ ତାଙ୍କ ‘ସହିଦ ଦିବସ’ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଲେଖିଥିଲେ, ଶ୍ରୀଗୁରୁ ତେଗ୍‌ ବାହାଦୁରଙ୍କ ଜୀବନ ସାହସ ଓ ଅନୁକମ୍ପାର ନିଦର୍ଶନ। ତାଙ୍କ ସହିଦ ଦିବସରେ ମହାନ୍‌ ଗୁରୁ ତେଗ୍‌ ବାହାଦୁରଜୀଙ୍କ ପ୍ରତି ମଥାନତ କରିବା ସହ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ନିମନ୍ତେ ତାଙ୍କର ପରିକଳ୍ପନା କଥା ସ୍ମରଣ କରୁଛି।

ଗୁରୁ ହରଗୋବିନ୍ଦ ସିଂହଙ୍କର କନିଷ୍ଠ ପୁତ୍ର ଗୁରୁ ତେଗ୍‌ ବାହାଦୁର ଥିଲେ ଶିଖ୍‌ ଧର୍ମର ୧୦ ଗୁରୁଙ୍କ ମଧ୍ୟରୁ ୯ମ ଗୁରୁ। ୧୬୨୧ ମସିହାରେ ସେ ଅମୃତସରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଆତ୍ମବଳି ଦିବସକୁ ‘ଗୁରୁ ତେଗ୍‌ ବାହାଦୁରଙ୍କ ସହିଦ ଦିବସ’ ଭାବେ ପାଳନ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe