ବାଂଲାଦେଶର ଯଶ୍ୱରେଶ୍ୱରୀ କାଳୀମନ୍ଦିରରେ ପୂଜାର୍ଚ୍ଚନା କରି ସୁନା କଲେଇ କରା ରୁପା ମୁକୁଟ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ବାଂଲାଦେଶର ଯଶ୍ୱରେଶ୍ୱରୀ କାଳୀମନ୍ଦିରରେ ପୂଜାର୍ଚ୍ଚନା କରି ସୁନା କଲେଇ କରା ରୁପା ମୁକୁଟ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଢାକା: ଆଜି ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ପ୍ରାୟ ୯.୩୦ ସମୟରେ ସତଖୀରା ଜିଲ୍ଲା ଅନ୍ତର୍ଗତ ଈଶ୍ୱରୀପୁର ଗାଁରେ ଅବସ୍ଥିତ ଯଶ୍ୱରେଶ୍ୱରୀ କାଳୀମନ୍ଦିର ପୂଜାର୍ଚ୍ଚନା କରି କାଳୀ ପ୍ରତିମାଙ୍କ ମସ୍ତକରେ ଏକ ହସ୍ତନିର୍ମିତ ସୁନା କଲେଇ କରା (ସୁନା ପାଣି ଦିଆ) ରୁପା ମୁକୁଟ ପିନ୍ଧାଇଛନ୍ତି। ପ୍ରାୟ ତିନି ସପ୍ତାହ ମଧ୍ୟରେ କୌଳିକ କାରିଗରମାନେ ଏହି ମୁକୁଟ ନିର୍ମାଣ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ବାଂଲାଦେଶର ସରକାରୀ କର୍ତ୍ତୃପକ୍ଷମାନେ ସତଖୀରାରେ ଥିବା ଯଶ୍ୱରେଶ୍ୱରୀ ମନ୍ଦିରର ନବିକରଣ କରାଯାଇଥିଲା। ଭାରତ ଏବଂ ତାହର ପଡ଼ୋଶୀ ଦେଶମାନଙ୍କରେ ଥିବା ୫୧ଟି ଶକ୍ତିପୀଠ ମଧ୍ୟରୁ ଏହି ମନ୍ଦିର ଅନ୍ୟତମ।

publive-image Image Courtesy of ANI

ଏଠାରେ ହେଉଥିବା କାଳୀ ମେଳା ଦେଖିବାକୁ ଭାରତରୁ ମଧ୍ୟ ଲୋକେ ଆସନ୍ତି। ତେଣୁ, ଏଠାରେ ବିଭିନ୍ନ କାର୍ଯ୍ୟରେ ଉପଯୋଗ ହେଲା ଭଳି ଏକ ‘କମ୍ୟୁନିଟି ହଲ୍‌’ ଆବଶ୍ୟକ। ସାମାଜିକ, ଧାର୍ମିକ ଏବଂ ଶିକ୍ଷାସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ । ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହା ଆଶ୍ରୟସ୍ଥଳୀ ଭାବେ କାମ ଦେବ। ଭାରତ ସରକାର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ। ଏଥିପାଇଁ ସମ୍ମତି ଦେଇଥିବାରୁ ବାଂଲାଦେଶ ସରକାରଙ୍କୁ କୃତଜ୍ଞତା ଜଣାଉଛି। କାଳୀପୂଜା ଦେଖିବାକୁ ଆସୁଥିବା ଲୋକମାନଙ୍କୁ ମଧ୍ୟ ଏହି ହଲ୍‌ ଉପକୃତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

publive-image Image Courtesy of ANI

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମା କାଳୀଙ୍କୁ ପୂଜା କରିବା ଲାଗି ଆଜି ଏହି ଶକ୍ତିପୀଠକୁ ଯିବାର ସୁଯୋଗ ପାଇଲି। ମାନବ ଜାତିକୁ କୋଭିଡ୍‌-୧୯ କବଳରୁ ମୁକ୍ତ କରିବା ପାଇଁ ତାଙ୍କୁ ପ୍ରାର୍ଥନା କରିଛି।

ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ମତୁଆ ସମ୍ପ୍ରଦାୟର ଲୋକମାନଙ୍କ ସହ ମଧ୍ୟ ଭାବବିନିମୟ କରିବେ।
ଏଥିସହ ଆଜି ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe