ଆଜି ୧୦୦ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ; ପାଦଧୋଇ ଆଶିଷ ଭିକ୍ଷା କଲେ ପ୍ରଧାନମନ୍ତ୍ରୀ

Advertisment
ଆଜି ୧୦୦ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ; ପାଦଧୋଇ ଆଶିଷ ଭିକ୍ଷା କଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ୍: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ମାଆଙ୍କ ଜନ୍ମଦିନ ଅବସରରେ ଆଶିଷ ଭିକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗାନ୍ଧୀନଗରସ୍ଥିତ ବାସଭବନରେ ପହଞ୍ଚିଛନ୍ତି।

ଆଜି ବଡ଼ି ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀନଗର ସହର ଉପକଣ୍ଠସ୍ଥିତ ରେସାନ୍‌ ଗାଁରେ ଥିବା ସାନଭାଇ ପଙ୍କଜ ମୋଦୀଙ୍କ ଘରେ ମାଆଙ୍କୁ ଦେଖାକରି ତାଙ୍କ ପାଦ ଧୋଇ ଦେବା ପରେ ଆଶୀର୍ବାଦ କାମନା କରିଥିଲେ।

publive-image Image Courtesy of Republic world

ଟୁଇଟର୍‌ରେ ସେୟାର୍‌ ହୋଇଥିବା ଫଟୋରେ ଦେଖାଯାଉଛି, ପ୍ରଧାନମନ୍ତ୍ରୀ ମୋଦୀ ଚଟାଣରେ ବସି ମାଆଙ୍କ ପଦବନ୍ଦନା କରୁଛନ୍ତି। ତା’ପରେ ପ୍ରଧାନମନ୍ତ୍ରୀ ମାଆଙ୍କ ଗଳାରେ ଗୋଲାପଫୁଲ ହାର ପିନ୍ଧାଇଦେବା ସହ ସାଲ୍‌ଟିଏ ଘୋଡ଼ାଇ ଦେଉଛନ୍ତି। ଆଉ ଏକ ଫଟୋରେ ଦେଖାଯାଉଛି ପ୍ରଧାନମନ୍ତ୍ରୀ ଆରତି କରିବା ପରେ ମାଆଙ୍କୁ ପ୍ରସାଦ ଦେଉଛନ୍ତି।

ଅଧଘଣ୍ଟାରୁ କମ୍‌ ସମୟ ଘରେ ରହିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ବାହାରିବା ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ ଚଟାଣରେ ବସି ମାଆଙ୍କ ସହିତ କଥାବାର୍ତ୍ତା କରିଥିଲେ।

publive-image Image Courtesy of India Today

୧୯୨୩ ମସିହା ଜୁନ୍‌ ୧୮ରେ ଜନ୍ମିତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍‌ ଆଜି ତାଙ୍କ ଜୀବନର ୧୦୦ତମ ବର୍ଷରେ ପ୍ରବେଶ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଆଜି ମୋଦୀ ପରିବାର ଅହମଦାବାଦସ୍ଥିତ ଜଗନ୍ନାଥ ମନ୍ଦିରରେ ‘ଭଣ୍ଡାରୋ’ (ପଙ୍‌କ୍ତି ଭୋଜନ) ବ୍ୟବସ୍ଥା କରିଛନ୍ତି।

ସେହିପରି, ହୀରାବେନ୍‌ଙ୍କର ଜନ୍ମ ନଗରୀ ବଡ଼ନଗରରେ ଥିବା ହଟକେଶ୍ବର ମହାଦେବ ମନ୍ଦିର ତାଙ୍କ ଦୀର୍ଘଜୀବନ ଓ ସୁସ୍ବାସ୍ଥ୍ୟ କାମନା କରି ଭଜନ ସନ୍ଧ୍ୟା, ଶବି ଆରାଧନା ଏବଂ ସୁନ୍ଦରକାଣ୍ଡ ପାଠ ଆଦି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe