ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବକୁ ମୁଁ ପ୍ରତ୍ୟାଖାନ କରିଥିଲି: ଏନସିପି ଅଧ୍ୟକ୍ଷ ଶରଦ ପାୱାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବକୁ ମୁଁ ପ୍ରତ୍ୟାଖାନ କରିଥିଲି: ଏନସିପି ଅଧ୍ୟକ୍ଷ ଶରଦ ପାୱାର

Image Source-indiatv

ମୁମ୍ବାଇ: ଏନସିପି ଅଧ୍ୟକ୍ଷ ଶରଦ ପାୱାର ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବିଜେପି ସହ ମଶି ଏନସିପି ସରକାର ଗଢ଼ିବା ଲାଗି ପ୍ରସ୍ତାବ ଦେଇଥିଲେ ହେଲେ ସେ ତାକୁ ଅସ୍ବୀକାର କରିଥିଲେ। ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଝିଅ ସୁପ୍ରିୟାଙ୍କୁ ସ୍ଥାନ ଦିଆଯିବାର ବି ପ୍ରସ୍ତାବ ମିଳିଥିଲା ମାତ୍ର ତାଙ୍କୁ ରାଷ୍ଟ୍ରପତି କରାଯିବା ନେଇ କିଛି ପ୍ରସ୍ତାବ ନ ଥିଲା କି, ଏ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କିଛି କହି ନଥିଲେ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି।

publive-image image source-DNA

ମୋଦୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଂପର୍କ ଭଲ ଥିଲେ ବି ସେ ତାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ ବି କହିଛନ୍ତି ଶରଦ ପାୱାର।

ମହାରାଷ୍ଟ୍ରରେ ବିଜେପି ସହ ମଶି ଏନସିପି ସରକାର ଗଢ଼ିବା ତାଙ୍କ ଦଳର ନିଷ୍ପତ୍ତି ନଥିଲା , ଏହା ଅଜିତ ପାଓ୍ଵରଙ୍କର ଭୁଲ ଥିଲା ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି। ଏଥିଲାଗି ଅଜିତ ତାଙ୍କୁ ଭୁଲ ବି ମାଗିଛନ୍ତି ବୋଲି ଏକ ସାକ୍ଷାତକାରରେ ସେ ଏକ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe