ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଯୁଦ୍ଧର ସମୟ ନୁହେଁ କହିବା କଥା ଯଥାର୍ଥ: ଫ୍ରାନ୍‌ସ୍‌ ରାଷ୍ଟ୍ରପତି ମାକ୍ରୋନ୍‌

Advertisment
ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଯୁଦ୍ଧର ସମୟ ନୁହେଁ କହିବା କଥା ଯଥାର୍ଥ: ଫ୍ରାନ୍‌ସ୍‌ ରାଷ୍ଟ୍ରପତି ମାକ୍ରୋନ୍‌

Image Courtesy of India Today

ନୂଆଦିଲ୍ଲୀ: ଏବେ ଯୁଦ୍ଧର ବେଳ ନୁହେଁ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିବା ଯଥାର୍ଥ ବୋଲି ମଙ୍ଗଳବାର ଦିନ ଜାତିସଂଘର ସାଧରଣ ପରିଷଦ୍‌‌ର ୭୭ତମ ଅଧିବେଶନରେ ଉଦ୍‌ବ‌ୋଧନ ଦେବା ବେଳେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ କହିଛନ୍ତି।

ସୂଚନାଯୋଗ୍ୟ, ଉଜ୍‌ବେକିସ୍ତାନର ସମରକନ୍ଦ ନଗରୀରେ ସେପ୍ଟେମ୍ବର ୧୬ ତାରିଖରେ ଅନୁଷ୍ଠିତ ‘ସାଙ୍ଘାଇ ସହଯୋଗ ସଙ୍ଗଠନ’ର ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମ‌ୋଦୀ ପୁଟିନ୍‌ଙ୍କୁ ଭେଟିଥିଲେ। ସେଠାରେ ମୋଦୀ ତାଙ୍କୁ କହିଥିଲେ କି, ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ। ସେ ତାଙ୍କୁ କହିଲେ ଯେ, ଫୋନ୍‌ରେ ମଧ୍ୟ ମୁଁ ପୁଟିନ୍‌ଙ୍କୁ ଏ କଥା କହିଥିଲି। ଗଣତନ୍ତ୍ର, କୂଟନୀତି ଏବଂ ଆଲୋଚନା ହିଁ ଏବେ ବିଶ୍ବର ହୃଦୟ ସ୍ପର୍ଶ କରୁଛି ବୋଲି ସେ ଗୁରୁତ୍ବାରୋପ କରି କହିଥିଲେ।

publive-image Image Courtesy of The India Today

ଗତକାଲି ଉଦ୍‌ବୋଦଧନ ଦେବା ବେଳେ ମାକ୍ରୋନ୍‌ କହିଲେ, ଏହା ଯୁଦ୍ଧର ସମୟ ନୁହେଁ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ଯଥାର୍ଥ। ଏହା ପାଶ୍ଚାତ୍ୟ ରାଷ୍ଟ୍ର ଉପରେ ପ୍ରତିଶୋଧ ନେବା ଅଥବା ପ୍ରାଚ୍ୟ ଲାଗି ପାଶ୍ଚାତ୍ୟକୁ ବିରୋଧ କରିବାର ସମୟ ନୁହେଁ। ଏହା ହେଉଛି, ଆମେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ମିଳିମିଶି ମୁକାବିଲା କରିବା ନିମନ୍ତେ ଆମ ସାର୍ବଭୌମ ରାଷ୍ଟ୍ରମାନଙ୍କର ସମ୍ମିଳିତ ସମୟ।

ସେ ଆହୁରି ମଧ୍ୟ କହିଛନ୍ତି, ଏଇଥି ପାଇଁ ବିଶ୍ବର ଉତ୍ତର ଓ ଦକ୍ଷିଣ ପ୍ରାନ୍ତ ମଧ୍ୟରେ ଗୋଟାଏ ନୂଆ ରାଜିନାମା ପ୍ରସ୍ତୁତି କରିବାର ଆବଶ୍ୟକତା ଜରୁରୀ। ଏହି ରାଜିନାମା ଖାଦ୍ୟ, ଜୈବବିବିଧତା ଏବଂ ଶିକ୍ଷା ପ୍ରତି ସମ୍ମାନ ଦେବା ଭଳି ଫଳପ୍ରଦ ରାଜିନାମା ହେବା ଉଚିତ।

ୟୁକ୍ରେନ୍‌ ଯୁଦ୍ଧ ବିଷୟରେ କହିବା ବେଳେ ମାକ୍ରୋନ୍‌ କହିଲେ, ଆଜି ରୁଷ୍‌ ଦୋମୁହାଁ ନୀତି ଅବଲମ୍ବନ କରିବାକୁ ଚାହୁଁଛି। କିନ୍ତୁ, ୟୁକ୍ରେନ୍‌ ଯୁଦ୍ଧ କାହାକୁ ଅତି ଖରାପ ପରିସ୍ଥିତିରେ ପକାଇ ଦେବା ଭଳି ଯୁଦ୍ଧ ନ ହେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe