ସଂସ୍କୃତ ଶ୍ଳୋକ ଲେଖି ୫ଟି ରାଫେଲକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଟୁଇଟ କଲେ ଅବତରଣ ସମୟର ଭିଡ଼ିଓ

Advertisment
ସଂସ୍କୃତ ଶ୍ଳୋକ ଲେଖି ୫ଟି ରାଫେଲକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଟୁଇଟ କଲେ ଅବତରଣ ସମୟର ଭିଡ଼ିଓ

Asianet News Hindi

ନୂଆଦିଲ୍ଲୀ: ଆଜି ଭାରତ ମାଟି ଛୁଇଁଛି ରାଫେଲ୍। ଫ୍ରାନ୍ସ୍‌ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ‌ଲଢୁଆ ଜେଟ୍ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି ବିମାନଗୁଡ଼ିକୁ ସ୍ବାଗତ କରିଛନ୍ତି। ଆଜି ସକାଳେ ୟୁନାଇଟେଡ୍ ଆରବ ‌ଏମିରେଟ୍‌ସ୍‌ରୁ ଉଡାଣ କରିଥିବା ୫ଟି ରାଫେଲ୍ କିଛି ସମୟ ପୂର୍ବରୁ ଭାରତୀୟ ଆକାଶ ସୀମାରେ ପ୍ରବେଶ କରିଥିଲା। ଏହାପରେ ଦୁଇଟି ସୁ‌ଖୋଇ ଯୁଦ୍ଧବିମାନ ରାଫେଲଗୁଡ଼ିକୁ ପାଇଲଟ କରି ଅମ୍ବାଲା ଏୟାରବେସକୁ ଆଣିଥିଲା। ଏହା ଫଳରେ ର‌ାଫେଲର ୭୦୦୦ କିଲୋମିଟରର ଯାତ୍ରା ଶେଷ ହୋଇଛି। ତେବେ ଆଜି ଭାରତ ପାଇଁ ଏକ ବଡ ଦିନ ହୋଇଥିବା ବେଳେ ଏକ ନିଆରା ଅନ୍ଦାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଟି ରାଫେଲକୁ ସ୍ୱାଗତ କରିଥିବା ଦେଖାଯାଇଛି | ସଂସ୍କୃତ ଶ୍ଳୋକ ଲେଖି ଅବତରଣ ସମୟର ଭିଡ଼ିଓ ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ |

କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୁହନ୍ତି ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟୁଇଟ କରି ରାଫେଲକୁ ସ୍ୱାଗତ କରିଥିବା ଦେଖାଯାଇଛି | ସୂଚନା ମୁତାବକ, ଆଜି ଅପରାହ୍ଣରେ ଭାରତର ବାୟୁସୀମାରେ ପ୍ରବେଶ କରିବା ପରେ ପଶ୍ଚିମ ଆରବ ସାଗରରେ ମୁତୟନ ହୋଇଥିବା ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକ ତରଫରୁ ପାଞ୍ଚଟି ରା‌ଫେଲ୍ ଜେଟ୍‌କୁ ସ୍ବାଗତ କରାଯାଇଥିଲା। ରାଫେଲ୍ ଜେଟ୍‌ର ପାଇଲଟଙ୍କୁ ବେତାର ବାର୍ତ୍ତା ପ୍ରେରଣ କରି ଆଇଏନ୍‌ଏସ୍‌ କୋଲ୍‌କାତା କହିଥିଲା, ‘ସଗୌରବ ଆକାଶ ସ୍ପର୍ଶ କର। ଶୁଭାବତରଣ।’ ଏହାର ପ୍ରତ୍ୟୁତ୍ତର ଦେଇ ରାଫେଲ୍ ପାଇଲଟ୍ କହିଥିଲେ, ‘ଭାରତୀୟ ନୌସେନା ଯୁଦ୍ଧପୋତ ପାଇଁ ଅନୁକୂଳ ପବନ ପ୍ରବାହ ହେଉ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe