ଆଜି ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ, କଣ କହିବେ ମୋଦୀ ? ସାରା ବିଶ୍ବର ରହିଛି ନଜର...

MODI 8PM

Photograph: (Sambad.in)

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ରାତି ୮ଟାରେ ସମ୍ବୋଧନ କରିବେ ମୋଦୀ । ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ । ତେବେ ଅପରେସନ ସିନ୍ଦୂର ନେଇ ବଡ଼ ବୟାନ ସହ ନୂଆ କିଛି କଥା କିମ୍ବା ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ସେପଟେ ଅସ୍ତ୍ରବିରତି ପରେ ଭାରତ ପକ୍ଷରୁ ପିଓକେ ସମ୍ପର୍କରେ ଏକ ବଡ଼ ବୟାନ ଦିଆଯାଇଥିଲା । ଭାରତ କହିଥିଲା ଯେ କାଶ୍ମୀର ଉପରେ ଦେଶର ସ୍ଥିତି ବହୁତ ସ୍ପଷ୍ଟ। ଏବେ କେବଳ ଗୋଟିଏ ପ୍ରସଙ୍ଗ ବାକି ଅଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଫେରସ୍ତ, ଏହା ବ୍ୟତୀତ ଆଉ କିଛି ନାହିଁ। ଯଦି ସେମାନେ ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର କରିବା ବିଷୟରେ କଥା ହୁଅନ୍ତି, ତେବେ ଆମେ କଥାବାର୍ତ୍ତା କରିପାରିବା। ଆମେ ଅନ୍ୟ କୌଣସି ବିଷୟରେ କଥା ହେବାକୁ ଚାହୁଁନାହୁଁ । ଆମେ କେହି ମଧ୍ୟସ୍ଥତା କରନ୍ତୁ ବୋଲି ଚାହୁଁନାହୁଁ, ଆମକୁ କାହାର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe