ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ଖବର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, କୋଭିଡ୍-୧୯ରୁ ଆପଣଙ୍କ ଆଶୁ ଆରୋଗ୍ୟ ଏବଂ ଆପଣଙ୍କ ପରିବାରର ସୁସ୍ବାସ୍ଥ୍ୟ ଏବଂ ମଙ୍ଗଳ ପାଇଁ ମୋର ଶୁଭକାମନା।
Image Courtesy of India Todayକେଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇଥିଲେ ବି ତାଙ୍କୁ ଭଲ ଲାଗୁଛି ବୋଲି ରବିବାର ଦିନ ବାରାକ୍ ଓବାମା କହିଥିଲେ। ଏଥିସହ ସେ କହିଥିଲେ, ଦୁଇ ଦିନ ହେବ ଖାଲି ମୋର ତଣ୍ଟି ସଲ ସଲ ଲାଗୁଛି। ନଚେତ୍ ଆଉ ସବୁ ଭଲ ଅଛି। ଟିକା ଏବଂ ବୁଷ୍ଟର୍ ଟିକା ନେଇଥିବାରୁ ମିସେଲା ଓ ମୁଁ କୃତଜ୍ଞ। ମିସେଲାଙ୍କ ନମୁନା ନେଗେଟିଭ୍ ଆସିଛି।
Image Courtesy of NDTVସୂଚନାଯୋଗ୍ୟ, ଓବାମା ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟର୍, ଜର୍ଜ ଡବ୍ଲୁ. ବୁସ୍, ବିଲ୍ କ୍ଲିଣ୍ଟନ୍ ଏବଂ ପୂର୍ବତନ ‘ଫାଷ୍ଟ୍ ଲେଡି’ମାନେ ଗତ ମାର୍ଚ ମାସରେ ରିଲିଜ୍ ହୋଇଥିବା ୧ ମିନିଟ୍ର ଭିଡିଓରେ ଦେଖା ଦେଇ ଯୁକ୍ତରାଷ୍ଟ୍ର ଆମେରିକାର ଟିକାକରଣ ଅଭିଯାନକୁ ସମର୍ଥନ କରିଥିଲେ। ଏଥିରେ ଓବାମା କହିଥିଲେ, ଏହି ଟିକାର ଅର୍ଥ ଆଶା। ଏହା ଆପଣଙ୍କୁ ଏବଂ ଆପଣ ସ୍ନେହ କରୁଥିବା ଲୋକମାନଙ୍କୁ ଏହି ବିପଜ୍ଜନକ ତଥା ମାରାତ୍ମକ ରୋଗରୁ ସୁରକ୍ଷା ଦେବ।
Follow Us