ବନ୍ଧୁ ଟ୍ରମ୍ପ୍ ଏବଂ ଫାଷ୍ଟ୍‌ ଲେଡି ମେଲାନିଆଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ବନ୍ଧୁ ଟ୍ରମ୍ପ୍ ଏବଂ ଫାଷ୍ଟ୍‌ ଲେଡି ମେଲାନିଆଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବନ୍ଧୁ ତଥା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‌ ଲେଡି ମେଲାନିଆଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ତାଙ୍କର ଓ ତାଙ୍କ ପତ୍ନୀଙ୍କର କୋଭିଡ୍-୧୯ ପରୀକ୍ଷା ପଜିଟିଭ୍ ଆସିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ ଘୋଷଣା କରି ଟୁଇଟ୍‌ କରିବାର କେଇ ମୁହୂର୍ତ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଥିଲେ, ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‌ ଲେଡିଙ୍କ ଆଶୁ ଆରୋଗ୍ୟ ଓ ସୁସ୍ବାସ୍ଥ୍ୟ କାମନା କରୁଛି।

ପୂର୍ବରୁ ଟ୍ରମ୍ପ୍ ଟୁଇଟ୍ କରିଥିଲେ, ଆଜି ରାତିରେ ଫାଷ୍ଟ୍‌‌ ଲେଡି ଓ ମୁଁ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ତୁରନ୍ତ ଆମର କ୍ବାରେଣ୍ଟିନ୍ ଓ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିବୁ। ଏକାଠି, ଆମେ ଏଥିରେ ସଫଳ ହେବୁ!

ଟ୍ରମ୍ପ୍‌ଙ୍କର ଅନ୍ୟତମ ଘନିଷ୍ଠ ପରାମର୍ଶଦାତା ହୋପ୍ ହିକ୍ସ୍‌ଙ୍କର କରୋନାଭାଇରସ୍ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ଦମ୍ପତି କୋଭିଡ୍-୧୯ ପରୀକ୍ଷା କରାଇଥିଲେ। ଦୁହେଁ ଭୂତାଣୁ ସଂକ୍ରମିତ ବୋଲି ପରୀକ୍ଷା ଫଳାଫଳରୁ ଜଣାପଡ଼ିଥିଲା।

ଏହା ପୂର୍ବରୁ ହିକ୍ସ୍‌ଙ୍କୁ ପ୍ରଶଂସା କରି ଟ୍ରମ୍ପ୍ ଟୁଇଟ୍ କରି ଲେଖିଥିଲେ, ତିଳେମାତ୍ର ବିରତି ନ ନେଇ କଠିନ ପରିଶ୍ରମ କରୁଥିବା ହୋପ୍‌ ହିକ୍ସ୍‌ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ଏଇମାତ୍ର ପରୀକ୍ଷାରୁ ଜଣାପଡ଼ିଛି। ଭୟାବହ! ଫାଷ୍ଟ୍‌ ଲେଡି ଓ ମୁଁ ଆମ ଫଳାଫଳକୁ ଚାହିଁ ରହିଛୁ। ଏ ମଧ୍ୟରେ, ଆମେ ଆମର କ୍ବାରେଣ୍ଟିନ୍ ବ୍ୟବସ୍ଥା କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe