୨୬/୧୧ ଆକ୍ରମଣରେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିବା ଏହି ଶିଶୁ ପାଇଁ ମୋଦୀ ଲେଖିଲେ ଏଭଳି ଭାବୁକ ପତ୍ର

Advertisment
୨୬/୧୧ ଆକ୍ରମଣରେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିବା ଏହି ଶିଶୁ ପାଇଁ ମୋଦୀ ଲେଖିଲେ ଏଭଳି ଭାବୁକ ପତ୍ର

zeenews

ମୁମ୍ବାଇ: ଗତ ନଭେମ୍ବର ୨୬କୁ ମୁମ୍ବାଇ ଆକ୍ରମଣ ୨୬/୧୧କୁ ୧୧ବର୍ଷ ପୂରିବା ଅବସରରେ ସମଗ୍ର ଦେଶ ଏହି ଆକ୍ରମଣର ଭୟାବହତାକୁ ମନେପକାଇଥିଲେ। ଦେଶବାସୀଙ୍କ ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌.ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତ୍ୟୁବରଣ କରିଥିବା ସାଧାରଣ ଲୋକ ଓ ସହିଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଥିଲେ।

publive-image The Telegraph

ଏଥିସହିତ ମୋଦୀ ଏହି ମୁମ୍ବାଇ ଆକ୍ରମଣରେ ଜୀବନ ନେଇ ଫେରିଥିବା ସବୁଠାରୁ କମ୍‌ ବୟସର ଶିଶୁ ପାଇଁ ଏକ ଭାବୁକ ପତ୍ର ଲେଖିଛନ୍ତି । ମୁମ୍ବାଇରେ ୧୧ ବର୍ଷ ପୂର୍ବରୁ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ ନାଗରିକ ପ୍ରାଣ ହରାଇବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ୧୦ଜଣ ଆତଙ୍କବାଦୀ ମୁମ୍ବାଇର ତାଜ ହୋଟେଲ ସମେତ ବିଭିନ୍ନ ସ୍ଥାନରେ ହତ୍ୟାର ତାଣ୍ଡବ ସୃଷ୍ଟି  କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ଇସ୍ରାଏଲର ଜଣେ ଶିଶୁ ମୋସେ ତଜବି ହେଲଜତବର୍ଗଙ୍କ ଜୀବନ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲା। ଏହି କୁନି ପିଲାଟି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଭାବୁକ ପତ୍ର ଲେଖିଛନ୍ତି।

ମୋସେ ଦୁଇବର୍ଷର ଥିଲେ, ଯେତେବେଳେ ତାଙ୍କ ପିତା-ମାତା ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ନରିମନ ହାଉସ୍‌ରେ ଟଳି ପଡ଼ିଥିଲେ। ଏହି ଗୁଳିଚାଳନାରେ ସୌଭାଗ୍ୟବଶତଃ ଦୁଇବର୍ଷର ମୋସେଙ୍କ ଜୀବନ ବଞ୍ଚି ଯାଇଥିଲା। ଏହି ସମୟରେ ମୋସେଙ୍କ ଜୀବନ ବଞ୍ଚାଇ ଥିବା ସ୍ୟାଣ୍ଡ୍ରାଙ୍କ ଫଟୋ ସମଗ୍ର ଦୁନିଆରେ ଛାଇ ଯାଇଥିଲା। ସମସ୍ତେ ଶିଶୁର ଜୀବନ ବଞ୍ଚାଇଥିବା ନେଇ ତାଙ୍କୁ ପ୍ରଶଂସା କରିଥିଲେ।

publive-image moneycontrol.com

publive-image

ନଭେମ୍ବର ୨୭ରେ ଲେଖିଥିବା ପତ୍ରରେ ମୋଦୀ ଇସ୍ରାଏଲି  ଅଭିବାଦନ ‘ସାଲୋମ’ ସହିତ ଆରମ୍ଭ କରିଥିଲେ। ଏହାପରେ ନମସ୍କାର ଜଣାଇଥିଲେ। ମୋସେଙ୍କୁ ଲେଖିଥିବା ପତ୍ରରେ ମୋଦୀ କହିଥିଲେ, ‘ଆପଣ ଏକ ମହତ୍ତ୍ୱପୂର୍ଣ୍ଣ ଯାତ୍ରା ଦେଇ ଗତ କରୁଛନ୍ତି। ଆପଣଙ୍କ ଜୀବନ ଯାତ୍ରାରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାର କରୁଛନ୍ତି। ସ୍ୟାଣ୍ଡ୍ରାଙ୍କ ସାହସ ଓ ଭାରତୀୟଙ୍କ ପ୍ରାର୍ଥନା ଆପଣଙ୍କ ଦୀର୍ଘ ସ୍ୱାସ୍ଥ୍ୟ ଓ ସଫଳ ଜୀବନ ପାଇଁ ଆର୍ଶୀବାଦ ନେଇ ଆସିବ। ଆପଣଙ୍କ କାହାଣୀ ପ୍ରତ୍ୟେକଙ୍କୁ ପ୍ରେରିତ କରୁଛି। ଏହି ଘଟଣା ଏକ ‘ଚମତ୍କାର’ ଥିଲା। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe