ହିମାଳୟ ଯିବାକୁ ଯୋଜନା କରୁଛ କି? ପବନ କଲ୍ୟାଣଙ୍କୁ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ

ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିଲେ। ଏହି ସମୟରେ ସେ ପବନ କଲ୍ୟାଣଙ୍କୁ ଦେଖି କ’ଣ କହିଥିଲେ ତାହା ସାମ୍ନାକୁ ଆସିଛି।

tpm modi

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିଲେ। ଏହି ସମୟରେ ସେ ବେଶ ଖୁସି ଥିବା ସହ ଉପସ୍ଥିତ ସମସ୍ତ ଏନଡିଏ ଦଳର ନେତାଙ୍କୁ ସ୍ୱାଗତ କରିଥିଲେ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଏକନାଥ ସିନ୍ଦେ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପ୍ରଧାନମନ୍ତ୍ରୀ ଭେଟିଥିବା ବେଳେ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସହ ଥଟ୍ଟା କରିଥିବା ଦେଖାଯାଇଥିଲା, ଯାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା।

ଶପଥ ଗ୍ରହଣ ସମାରୋହ ପରେ ସେମାନଙ୍କ କଥାବାର୍ତ୍ତା ବିଷୟରେ ପଚରାଯିବାରୁ, ଅଭିନେତା-ରାଜନେତା ପବନ କଲ୍ୟାଣ କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ସବୁବେଳେ ମୋ ସହିତ ମଜା କରନ୍ତି। ଆଜି, ସେ ମୋର ପୋଷାକ ଦେଖି ମୋତେ ପଚାରିଲେ ଯେ ତୁମେ ସବୁକିଛି ଛାଡି ହିମାଳୟକୁ ଯାଉଛ କି? ମୁଁ ତାଙ୍କୁ ଉତ୍ତର ଦେଇଥିଲି ଯେ, ବହୁତ କିଛି କାମ ଶେଷ କରିବାର ଅଛି। ଏବେ ହିମାଳୟ ଯିବାର ନାହିଁ।"

ତେବେ ବର୍ତ୍ତମାନ, କଲ୍ୟାଣ ତୀର୍ଥଯାତ୍ରା କରୁଥିବା ଦେଖାଯାଇଛି। ଦକ୍ଷିଣ ଭାରତର ବିଭିନ୍ନ ମନ୍ଦିର ପରିଦର୍ଶନ କରିବା ସହ କିଛି ଦିନ ତଳେ ସେ ମହାକୁମ୍ଭରେ ଯାଇ ବୁଡ଼ ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe