ରାତି ୮ରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା: କରୋନା ସ୍ଥିତି ଏବଂ ଟିକାକରଣ ନେଇ କରିବେ ଆଲୋଚନା

Advertisment
ରାତି ୮ରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା: କରୋନା ସ୍ଥିତି ଏବଂ ଟିକାକରଣ ନେଇ କରିବେ ଆଲୋଚନା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ଭୟାନକ ସ୍ଥିତି ସୃଷ୍ଟି କରିଛି । ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ସଂକ୍ରମଣ କ୍ରମଶଃ ବେକାବୁ ହେବାକୁ ଯାଉଛି। ଅକ୍ସିଜେନ୍, ଔଷଧ ଏବଂ ଡାକ୍ତରଖାନାରେ ଶଯ୍ୟା ସଂକଟ ସବୁଠାରେ ଦେଖିବାକୁ ମିଳୁଛି।  ଆଜି ରାତି ୮ଟାରେ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ କରୋନା ସ୍ଥିତି ଓ ବିଭିନ୍ନ ରାଜ୍ୟରେ ଟିକାକରଣ କିଭଳି ଚାଲିଛି ଓ ଆଗକୁ କେମିତି ହେବ, ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଫିସରଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

ଏହା ପୂର୍ବରୁ ଏପ୍ରିଲ ୪ରେ ଦେଶରେ କରୋନା ସଂକ୍ରମଣ ଓ ଟିକାକରଣର ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ।

ଏହା ସହ ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ସହିତ ଜନସାଧାରଣଙ୍କୁ କଟକଣା ମାନିବା ନେଇ ସତର୍କ କରାଇବାକୁ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା। ‌। ଲୋକେ କଟକଣା ମାନୁନଥିବାରୁ ଏବେ ଦେଶରେ ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି ଏବଂ ଏନେଇ କେନ୍ଦ୍ର ରାଜ୍ୟମାନଙ୍କୁ ଟେଷ୍ଟ-ଟ୍ରାକ-ଟ୍ରିଟ ବ୍ୟବସ୍ଥା ଅନୁସରଣ କରିବା ସହ ଏହାକୁ ତ୍ବରାନ୍ବିତ କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe