ପ୍ରଧାନମନ୍ତ୍ରୀ ମୋଦୀ ଧ୍ୟାନରେ ବସିଥିବା ‘ରୁଦ୍ର ମେଡିଟେସନ୍‌ କେଭ୍‌’ ଏବେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ

ପ୍ରଧାନମନ୍ତ୍ରୀ ମୋଦୀ ଧ୍ୟାନରେ ବସିଥିବା ‘ରୁଦ୍ର ମେଡିଟେସନ୍‌ କେଭ୍‌’ ଏବେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ

(Photo Credit: PTI)

ଉତ୍ତରାଖଣ୍ଡ: କେଦାରନାଥକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧ୍ୟାନରେ ବସୁଥିବା ରୁଦ୍ର ମେଡିଟେସନ୍‌ କେଭ୍‌ ଏବେ ଏକ ପର୍ଯ୍ୟଟନସ୍ଥଳୀ ପାଲଟି ଯାଇଛି। ୨୦୧୮ରେ ଖୋଲିଥିବା ଏହି ସ୍ଥଳୀକୁ ପ୍ରଥମ ଥର ପାଇଁ ପର୍ଯ୍ୟଟକମାନେ ଅଗ୍ରୀମ ବୁକିଂ କରିଥିବା ଜାଣିବାକୁ ମିଳିଛି। ଚଳିତବର୍ଷ ମେ ମାସରେ ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥ ଯାଇ ସେହି ଗୁମ୍ଫାରେ ଧ୍ୟାନ ମୁଦ୍ରାରେ ବସିଥିବା ଦେଖିବାକୁ ମିଳିଥିଲା। ନିର୍ବାଚନ ଫଳାଫଳ ଘୋଷଣା ହେବାର ଶେଷ ଦିନରେ ମୋଦୀ ଗୁମ୍ଫାରେ ଧ୍ୟାନ ମୁଦ୍ରାରେ ବସିଥିଲେ।

ଆପଣ ଜାଣିିଥିବେ ନିଶ୍ଚୟ ଯେ ମୋଦୀ ହେଉଛନ୍ତି ଭାରତୀୟ ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସଡର୍‌। ସେ ସେହି ଗୁମ୍ଫାରେ ଧ୍ୟାନ କରି ଲୋକମାନଙ୍କୁ ଦୃଷ୍ଟି ସେହି ଗୁମ୍ଫା ଆଡ଼େ କରି ପାରିବାରେ ସଫଳ ହୋଇଛନ୍ତି। ଏହା ହେଉଛି ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ତେବେ, ଏହି ଗୁମ୍ଫର ସଂପର୍କରେ ସୂଚନା ଦେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ୍‌ କହିଛନ୍ତଚ ଯେ ପ୍ରଥମ ଥର ଏହି ସ୍ଥାନ ପାଇଁ ଆଗୁଆ ବୁକିଂ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe