ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନାଙ୍କ ଇସ୍ତଫା

Advertisment
ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନାଙ୍କ ଇସ୍ତଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନା ଆଜି (ମଙ୍ଗଳବାର) ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୧୯୭୭ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀ ସିହ୍ନାଙ୍କୁ ସେପ୍ଟେଟର ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ନିଯୁକ୍ତି ଦିଆଯାଇଥିଲା।

ଉତ୍ତରପ୍ରଦେଶ କ୍ୟାଡରର ୧୯୭୭ ବ୍ୟାଚ୍‌ ଆଏଏସ୍‌ ଅଧିକାରୀ ପି.କେ ସିହ୍ନା ପୂର୍ବରୁ ଦୀର୍ଘ ୪ ବର୍ଷ ଧରି କ୍ୟାବିନେଟ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ସେ କେନ୍ଦ୍ର ସରକାରଙ୍କର ମନ୍ତ୍ରାଳୟରେ କେନ୍ଦ୍ର ଶକ୍ତି ସଚିବ, କେନ୍ଦ୍ର ପରିବହନ ସଚିବ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ତଥା ଆର୍ଥିକ ପରାମର୍ଶଦାତା, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟର ସଚିବ ଥିଲେ। ଶ୍ରୀ ସିହ୍ନା ଉଭୟ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ବିଭିନ୍ନ ପ୍ରମୁଖ ପଦବୀରେ ରହି କାର୍ଯ୍ୟ କରିଛନ୍ତି। କ୍ୟାବିନେଟ ସଚିବ ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେରେ ସିହ୍ନାଙ୍କୁ ଭାରତର ଜଣେ ଶକ୍ତିଶାଳୀ ବ୍ୟକ୍ତି ଭାବରେ ପରିଗଣିତ କରାଯାଉଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଶ୍ରୀ ସିହ୍ନାଙ୍କ ହଠାତ୍‌ ଇସ୍ତଫା ପ୍ରଦାନକୁ କେନ୍ଦ୍ର କରି ନାନା କଥା ଆଲୋଚିତ ହେଉଥିବା ବେଳେ ଶ୍ରୀ ସିହ୍ନା ବ୍ୟକ୍ତିଗତ କାରଣରୁ ଏହି ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe