୭କୋଟି ଟଙ୍କାରେ ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଅଫିସ ବିକ୍ରି ନେଇ ଓଏଲଏକ୍ସରେ ଦିଆଯାଇଥିଲା ବିଜ୍ଞାପନ, ୪ଜଣଙ୍କୁ ଗିରଫ କଲା ପୁଲିସ

Advertisment
୭କୋଟି ଟଙ୍କାରେ ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଅଫିସ ବିକ୍ରି ନେଇ ଓଏଲଏକ୍ସରେ ଦିଆଯାଇଥିଲା ବିଜ୍ଞାପନ, ୪ଜଣଙ୍କୁ ଗିରଫ କଲା ପୁଲିସ

Sangbad Pratidin

ନୂଆଦିଲ୍ଲୀ: ୭.୫କୋଟି ଟଙ୍କାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରଣାସୀ ଅଫିସ ବିକ୍ରି ନେଇ ଓଏଲଏକ୍ସରେ ଦିଆଯାଇଥିଲା ବିଜ୍ଞାପନ। ଫଟୋ ସହିତ ଅଫିସ ଦାମ ଲେଖାଯାଇ ଓଏଲଏକ୍ସରେ ବିଜ୍ଞାପନ ଦିଆଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ କ’ଣ ପାଇଁ ନିଜ ଅଫିସକୁ ବିକ୍ରି କରୁଛନ୍ତି; ସେ ପୁଣି ଓଏଲଏକ୍ସରେ? ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଥିବା ବେଳେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। କିଛି ଲୋକ ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କ ଅଫିସର ଫଟୋ ଦେଇ ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରୁଥିବା ଜଣା ପଡ଼ିଛି।

PM Modi Varanasi office put up for sale on OLX for Rs 7 crore FIR lodged scj 81 | पंतप्रधान नरेंद्र मोदींचं कार्यालय OLX वर विक्रीला | Loksatta लोकसत्ता

ପୁଲିସ ଏବେ ଘଟଣାରେ ସଂମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଓଏଲଏକ୍ସରେ ଦିଆଯାଇଥିବା ବିଜ୍ଞାପନକୁ ହଟାଇଛି। ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ କାର୍ଯ୍ୟାଳୟକୁ ଭିଲା ବୋଲି ଦର୍ଶାଇ ଅଭିଯୁକ୍ତମାନେ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ଏହା ସହ ଏହାର ଦାମ ୭.୫କୋଟି ଟଙ୍କା ରଖିଥିଲେ। ହେଲେ ଶେଷ ମୂହୁର୍ତ୍ତରେ ସବୁ ବଦଳି ଯାଇଥିଲା। କୌଣସି ସାଧାରଣ ବ୍ୟକ୍ତି ଏହି ଷଡ଼ଯନ୍ତ୍ରରେ ଫସିବା ପୂର୍ବରୁ ପୁଲିସ ଅଭିଯୁକ୍ତଙ୍କ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe