ନେହରୁଙ୍କ କାଗଜପତ୍ର ଦେବା ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍

Advertisment

ନବଗଠିତ ସୋସାଇଟିର ପ୍ରଥମ ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର (ପିଏମ୍‌ଏମ୍‌ଏଲ୍‌) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଜବାହରଲାଲ ନେହେରୁଙ୍କ ବ୍ୟକ୍ତିଗତ ସଂଗ୍ରହରୁ କାଗଜପତ୍ର ହାସଲ କରିବାକୁ ଦାବି କରିଥିବା ଜଣାପଡିଛି।

ନବଗଠିତ ସୋସାଇଟିର ପ୍ରଥମ ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର (ପିଏମ୍‌ଏମ୍‌ଏଲ୍‌) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଜବାହରଲାଲ ନେହେରୁଙ୍କ ବ୍ୟକ୍ତିଗତ ସଂଗ୍ରହରୁ କାଗଜପତ୍ର ହାସଲ କରିବାକୁ ଦାବି କରିଥିବା ଜଣାପଡିଛି।

sscss

ନୂଆଦିଲ୍ଲୀ: ନବଗଠିତ ସୋସାଇଟିର ପ୍ରଥମ ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର (ପିଏମ୍‌ଏମ୍‌ଏଲ୍‌) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଜବାହରଲାଲ ନେହେରୁଙ୍କ ବ୍ୟକ୍ତିଗତ ସଂଗ୍ରହରୁ କାଗଜପତ୍ର ହାସଲ କରିବାକୁ ଦାବି କରିଥିବା ଜଣାପଡିଛି। ସୂତ୍ରରୁ ପ୍ରକାଶ ଯେ, ସୋନିଆଙ୍କ କାର୍ଯ୍ୟାଳୟ ପିଏମ୍‌ଏମ୍‌ଏଲ୍‌ର ଚିଠି ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତତ୍କାଳୀନ ପିଏମ୍‌ଏମ୍‌ଏଲ୍‌ ସୋସାଇଟି ଫେବ୍ରୁଆରି ୨୦୨୪ରେ ଏହାର ଶେଷ ବାର୍ଷିକ ସାଧାରଣ ବୈଠକରେ ସୋନିଆଙ୍କ ହେପାଜତରେ ଥିବା କାଗଜପତ୍ରର ସ୍ଥିତି ବିଷୟରେ ଆଲୋଚନା କରିଥିଲା। କିନ୍ତୁ ପ୍ରଥମ ଥର ପାଇଁ ସୋନିଆଙ୍କୁ ଏକ ସରକାରୀ ଚିଠି ମାଧ୍ୟମରେ ଏହି ମାମଲାକୁ ରେକର୍ଡରେ ରଖାଯାଇଛି। ସୋନିଆଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ପଠାଯାଇଥିବା ଇ-ମେଲ୍‌ର କୌଣସି ଉତ୍ତର ଦିଆଯାଇ ନାହିଁ।

ପିଏମ୍‌ଏମ୍‌ଏଲ୍‌ ସୋନିଆଙ୍କୁ ଲେଖିଥିବା ଚିଠିରେ ଗବେଷକଙ୍କ ପାଇଁ କାଗଜପତ୍ର ଉପଲବ୍ଧ କରାଇବାକୁ ଦାବି କରିଛି। ସଂଗ୍ରହାଳୟ କର୍ତ୍ତୃପକ୍ଷ ତାଙ୍କୁ ନେହରୁଙ୍କ ସହ ଜଡ଼ିତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ର ଥିଲେ ଦାନ କରିବାକୁ ମଧ୍ୟ କହିଛନ୍ତି ଯାହା ଆଧୁନିକ ଭାରତୀୟ ଇତିହାସ ବିଷୟରେ ଗବେଷକଙ୍କୁ ବୁଝିବାରେ ସାହାଯ୍ୟ କରିବ। ୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀ (ନେହେରୁ କାଗଜପତ୍ରର ଉତ୍ତରାଧିକାରିଣୀ ଭାବରେ) ଏବଂ ପରବର୍ତ୍ତୀ ସମୟରେ ସୋନିଆ ଏହି କାଗଜପତ୍ରଗୁଡ଼ିକୁ ସଂଗଠନକୁ ଦାନ କରିଥିବାରୁ ସୋନିଆ ନେଇଥିବା କାଗଜପତ୍ର ଫେରାଇ ଦେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। କାରଣ ଥରେ ଜିନିଷ ଦାନ କରାଗଲା ପରେ ତା’ ଉପରେ ଆଉ ଦାତାର କିଛି ଅଧିକାର ନ ଥାଏ। ପିଏମ୍‌ଏମ୍‌ଏଲ୍‌ ରେକର୍ଡ ଅନୁଯାୟୀ, ୨୦୦୮ରେ ସୋନିଆ ଫେରାଇ ନେଇଥିବା ୫୧ ପେଟି କାଗଜପତ୍ରରେ ନେହରୁ ଏବଂ ଜୟପ୍ରକାଶ ନାରାୟଣ, ଏଡୱିନା ମାଉଣ୍ଟବ୍ୟାଟେନ, ଆଲବର୍ଟ ଆଇନଷ୍ଟାଇନ୍, ଅରୁଣା ଆସଫ ଅଲ୍ଲୀ, ବିଜୟଲକ୍ଷ୍ମୀ ପଣ୍ଡିତ ଓ ଜଗଜୀବନ ରାମଙ୍କ ମଧ୍ୟରେ ଆଦାନ ପ୍ରଦାନ କରାଯାଇଥିବା ଚିଠି ଅନ୍ତର୍ଭୁକ୍ତ। ଚଳିତ ବର୍ଷ ଜାନୁଆରି ୧୫ ତାରିଖରେ ପିଏମ୍‌ଏମ୍‌ଏଲ୍‌ ସୋସାଇଟି ଓ କାର୍ଯ୍ୟନିର୍ବାହୀ ପରିଷଦର ପୁନର୍ଗଠନ କରାଯାଇଥିଲା ଏବଂ ନୂଆ ପରିଷଦର ପ୍ରଥମ ବାର୍ଷିକ ସାଧାରଣ ସଭା କିଛି ସପ୍ତାହ ମଧ୍ୟରେ ଅନୁଷ୍ଠିତ ହେବାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe