ରମଜାନ୍‌ ପୂର୍ବରୁ ବନ୍ଦୀ ଥିବା ୮୫୦ ଭାରତୀୟ କଏଦୀଙ୍କୁ ମୁକ୍ତ କଲା ସାଉଦିଆରବ : ନରେନ୍ଦ୍ର ମୋଦୀ

Advertisment
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀ, ଆକାଶମାର୍ଗରୁ କରିବେ ବାତ୍ୟା ସମୀକ୍ଷା, ଅଧିକାରୀଙ୍କ ସହ କରିବେ ଆଲୋଚନା

India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଜାନ୍‌ ଅବସରରେ ମୁସଲମାନ୍‌ମାନଙ୍କ ପାଇଁ ଏକ ଖୁସି ଖବର ଦେଇଛନ୍ତି। ସେ ରବିବାର ଦିନ ଉତ୍ତର ପ୍ରଦେଶର ଭଦୋହୀଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ କହିଛନ୍ତି ଯେ ସାଉଦି ଆରବର କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ୍‌ ବିନ୍‌ ସଲମାନ୍‌ ତାଙ୍କର ଅନୁରୋଧ କ୍ରମେ ସେଠାକାର ଜେଲରେ ବନ୍ଦୀ ଥିବା ଭାରତୀୟ କଏଦୀମାନଙ୍କ ମଧ୍ୟରୁ ରମଜାନ୍‌ ମାସ ପୂର୍ବରୁ ୮୫୦ ଜଣଙ୍କୁ ଛାଡ଼ି ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଛନ୍ତି।

publive-image India Today

ପ୍ରଧାନମୋନ୍ତ୍ରୀ ମୋଦୀ କହିଛନ୍ତି ଯେ ମହାମେଣ୍ଟର ନେତାମାନେ ଭାରତର ସଫଳତାକୁ ସ୍ୱୀକାର କରିବା ଲାଗି ପ୍ରସ୍ତୁତ ନୁହଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମାସୁଦ୍‌ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରାଯିବା ପରେ ଭାରତର ଶକ୍ତ ଓ ସମ୍ମାନ ବଢ଼ିଛି, ଯାହାକୁ ବିରୋଧୀ ଦଳର ନେତାମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ରାମଜାନ୍‌ ପୂର୍ବରୁ ମୁସଲମାନ୍‌ କଏଦୀମାନଙ୍କୁ ଛାଡ଼ିବା ଫଳରେ ଭୋଟରମାନଙ୍କୁ ବିଜେପି ଆକର୍ଷିତ କରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe