ମମତା ବାନାର୍ଜୀ ମୋତେ ପ୍ରଧାନମନ୍ତ୍ରୀ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି, କିନ୍ତୁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବୋଲି ମାନିବାକୁ ପ୍ରସ୍ତୁତ: ନରେନ୍ଦ୍ର ମୋଦୀ

ପୁଣି ବିବାଦରେ ନୂଆ ଜିଡିପି ହିସାବ

photo-oneindia

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମମତା ବାନାର୍ଜୀ ତାଙ୍କୁ ପ୍ରଧାନମନ୍ତ୍ରୀ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି, କିନ୍ତୁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବୋଲି ମାନିବାକୁ ପ୍ରସ୍ତୁତ । ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଦି ତାଙ୍କୁ ଚାପୁଡା ମାରିବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫନି ବାତ୍ୟାପରେ ଦିଦିଙ୍କ ସହ କଥା ହେବାକୁ ମଧ୍ୟ ସୁଯୋଗ ଦେଲେ ନାହିଁ। ଦିଦିଙ୍କର ଅହଙ୍କାର ବଢ଼ିଯାଇଛି। ଏକଥା ପଶ୍ଚିମବଙ୍ଗର ବାଙ୍କୁରାରେ ଏକ ନିର୍ବାଚନୀ ସଭାରେ ନରେନ୍ଦ୍ର ମୋଦୀ କହିଛନ୍ତି ।

ସେ କହିଛନ୍ତି, ବିଜେପିର ରାଲି କେମିତି ହୋଇ ପାରିବ ନାହିଁ ସେଥିପାଇଁ ଟିଏମସି ଏଠାରେ ସମସ୍ତ ଶକ୍ତି ଖଟାଇଥିଲା, ମାତ୍ର ଯାହାଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ରହିଛି, ତାଙ୍କୁ ଆପଣଙ୍କ ମଧ୍ୟକୁ ଆସିବାକୁ କେହି ରୋକି ପାରିବେ ନାହିଁ। ନିଜ କ୍ଷମତା ନିଶାରେ ମମତା ପଶ୍ଚିମବଙ୍ଗକୁ ରସାତଳଗାମୀ କରି ଚାଲିଛନ୍ତି। ଦିଦି ଯେତେ ବି କ୍ରୋଧିତ ହେଲେ ମଧ୍ୟ ବିଜେପି ତାଙ୍କ ଦାଦାଗିରି ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe