Narendra Modi: ଆତଙ୍କବାଦ ବିରୋଧରେ ଦୋମୁହାଁ ନୀତି କିମ୍ବା ବୁଝାମଣା ଚଳିବ ନାହିଁ: ମୋଦୀ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ମାଲେସିଆ ଗସ୍ତରେ ଯାଇଥିବାବେଳେ ରବିବାର କ୍ୱାଲାଲମ୍ପୁରଠାରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହିତ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି। ମୋଦୀ ଏହି ଅବସରରେ ଆତଙ୍କବାଦର ତୀବ୍ର ସମାଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ମାଲେସିଆ ଗସ୍ତରେ ଯାଇଥିବାବେଳେ ରବିବାର କ୍ୱାଲାଲମ୍ପୁରଠାରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହିତ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି। ମୋଦୀ ଏହି ଅବସରରେ ଆତଙ୍କବାଦର ତୀବ୍ର ସମାଲୋଚନା କରିଥିଲେ।

modi.jpg

କ୍ବାଲାଲମ୍ପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ମାଲେସିଆ ଗସ୍ତରେ ଯାଇଥିବାବେଳେ ରବିବାର କ୍ୱାଲାଲମ୍ପୁରଠାରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହିତ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି। ମୋଦୀ ଏହି ଅବସରରେ ଆତଙ୍କବାଦର ତୀବ୍ର ସମାଲୋଚନା କରିଥିଲେ। ଅନୱରଙ୍କ ସହିତ ମିଳିତ ପ୍ରେସ୍‌ ବିବୃତିରେ ଆତଙ୍କବାଦକୁ ବିଶ୍ବଶାନ୍ତି ପାଇଁ ସବୁଠୁ ବଡ଼ ବିପଦ ବୋଲି କହିବା ସହିତ ଏହା ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ସୁରକ୍ଷା ସହଯୋଗ ଉପରେ ଚର୍ଚ୍ଚା କରିବା ସମୟରେ ସ୍ପଷ୍ଟ କରିଥିଲେ ଯେ, ଭାରତ ଆତଙ୍କବାଦ ପ୍ରସଙ୍ଗରେ କୌଣସି ପ୍ରକାର ନରମ ମନୋଭାବ ପୋଷଣ କରିବ ନାହିଁ। ଆତଙ୍କବାଦର ମୁକାବିଲା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଦୋହରାଇ କହିଛନ୍ତି, ଆତଙ୍କବାଦ ସମ୍ପର୍କରେ ଆମର ବାର୍ତ୍ତା ସ୍ପଷ୍ଟ ରହିଛି,ଏଥିରେ ଦୋମୁହାଁ ନୀତି କିମ୍ବା କୌଣସି ବୁଝାମଣା ଚଳିବ ନାହିଁ।ରବିବାର ଭାରତ-ମାଲେସିଆ ଅଡିଓ-ଭିଜୁଆଲ୍ ସହ-ଉତ୍ପାଦନ, ବିପର୍ଯ୍ୟୟ ପରିଚାଳନା ସହଯୋଗ, ଦୁର୍ନୀତି ବିରୋଧରେ ଲଢ଼ିବା, ଜାତିସଂଘର ଶାନ୍ତିରକ୍ଷା, ସେମିକଣ୍ଡକ୍ଟର ସହଯୋଗ ପରି ୬ଟି କ୍ଷେତ୍ରରେ ବୁଝାମଣାପତ୍ର ସ୍ବାକ୍ଷରିତ କରିଛନ୍ତି। ଯେଉଁଥିରେ ଉଭୟ ନେତା ସାଂସ୍କୃତିକ, ଅର୍ଥନୈତିକ ଏବଂ ରଣନୈତିକ ସମ୍ପର୍କକୁ ସୁଦୃଢ଼ ​​କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ ମାଲେସିଆର ଶିକ୍ଷା, ଗଣମାଧ୍ୟମ ଏବଂ ସାଂସ୍କୃତିକ ଜୀବନରେ ବ୍ୟାପକ ସ୍ତରରେ ତାମିଲ ଭାଷାର ଉପସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ, ଯାହା ଉଭୟ ଦେଶ ମଧ୍ୟରେ ଏକ ଦୃଢ଼ ଜନସମ୍ପର୍କକୁ ପ୍ରତିଫଳିତ କରେ।

ଆହୁରି ପଢ଼ନ୍ତୁ: Rahul Gandhi with Kid: ରାହୁଲଙ୍କ କୋଳରେ ଛୋଟ ପିଲା କିଏ: ଫଟୋ କାହିଁକି ସେୟାର କରିଛି କଂଗ୍ରେସ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତାମିଲ ଭାଷା ପ୍ରତି ଭଲ ପାଇବା ଭାରତ ଏବଂ ମାଲେସିଆକୁ ଯୋଡ଼ି ରଖିଛି। ମାଲେସିଆରେ ଶିକ୍ଷା, ଗଣମାଧ୍ୟମ ଏବଂ ସାଂସ୍କୃତିକ ଜୀବନରେ ତାମିଲ ଭାଷାର ଦୃଢ଼ ଉପସ୍ଥିତି ସ୍ପଷ୍ଟ ଭାବରେ ବିଦ୍ୟମାନ। ମୁଁ ନିଶ୍ଚିତ ଯେ, ଆଜିର ଅଡିଓ-ଭିଜୁଆଲ୍ ଚୁକ୍ତିନାମା ସହିତ, ଚଳଚ୍ଚିତ୍ର ଏବଂ ସଙ୍ଗୀତ, ବିଶେଷକରି ତାମିଲ ଚଳଚ୍ଚିତ୍ର, ଆମ ହୃଦୟକୁ ଅଧିକ ନିକଟତର କରିବ। ଦୁଇ ଦେଶ ମଧ୍ୟରେ ଦୃଢ଼ ସାଂସ୍କୃତିକ ଏବଂ ଶିକ୍ଷାଗତ ସମ୍ପର୍କ ଉପରେ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଅଡିଓ ଭିଜୁଆଲ୍ ଚୁକ୍ତିନାମା ଚଳଚ୍ଚିତ୍ର ଏବଂ ସଙ୍ଗୀତରେ ଅଧିକ ଆଦାନପ୍ରଦାନକୁ ଉତ୍ସାହିତ କରିବ, ବିଶେଷକରି ତାମିଲ ସିନେମା ପ୍ରତି ବୋଲି ମୋଦୀ କହିଥିଲେ।

ଆହୁରି ପଢ଼ନ୍ତୁ: Cricket: ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ ବିବାଦ: ଲାହୋରରେ ‘ବିସିବି’ ମୁଖ୍ୟ

ଦୁଇ ଦେଶ ମିଳିତ ଭାବେ ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବେ ଓ ପ୍ରତିରକ୍ଷା ସହଯୋଗିତାକୁ ଅଧିକ ବ୍ୟାପକ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର, ସ୍ୱାସ୍ଥ୍ୟସେବା ଏବଂ ଖାଦ୍ୟ ସୁରକ୍ଷା ଭଳି ଉଦୀୟମାନ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଭାଗିତା ଆହୁରି ମଜବୁତ ହେବ। ଶକ୍ତି, ଭିତ୍ତିଭୂମି, ଉତ୍ପାଦନ ତଥା ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗିତା ନିରନ୍ତର ଭାବେ ବୃଦ୍ଧି ପାଇଛି ବୋଲି ମୋଦୀ କହିଥିଲେ। ମାଲେସିଆ ପ୍ରଧାନମନ୍ତ୍ରୀ ଭାରତର ଅର୍ଥନୈତିକ ବିକାଶର ପ୍ରଶଂସା କରିଥିଲେ ଏବଂ ବ୍ୟାପାର କ୍ଷେତ୍ରରେ ବୃଦ୍ଧି ପାଉଥିବା ସହଯୋଗିତାର ଗୁରୁତ୍ବକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe