ଗିରିଶ କର୍ଣ୍ଣଡଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀ

ଗିରିଶ କର୍ଣ୍ଣଡଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀ

www.timesnownews.com

ବେଙ୍ଗାଲୁର: ପ୍ରଖ୍ୟାତ ଅଭିନେତା, ଲେଖକ ତଥା ନାଟ୍ୟକାର ଗିରିଶ କର୍ଣ୍ଣଡଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କୋବିନ୍ଦ ତାଙ୍କ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟ୍‌ରେ ଲେଖିଛନ୍ତି, ‘ଲେଖକ, ଅଭିନେତା ଓ ନାଟ୍ୟକାର ଗିରିଶ କର୍ଣ୍ଣଡଙ୍କ ପରଲୋକ ଖବର ଅତ୍ୟନ୍ତ ଦୁଃଖଦାୟକ। ଆମ ସଂସ୍କୃତିର ପୃଥିବୀ ଏବେ ଗରିବ ହୋଇଗଲା। ତାଙ୍କ ପରିବାରବର୍ଗ ଏବଂ ତାଙ୍କୁ ଭଲପାଉଥିବା ଲୋକଙ୍କ ପ୍ରତି ମୋର ସମବେଦନା।’

କେବଳ ରାଷ୍ଟ୍ରପତି ନୁହଁନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ମୋଦୀ ଶୋକ ପ୍ରକାଶ କରି ଲେଖିଛନ୍ତି, ‘ଗିରିଶ କର୍ଣ୍ଣଡ ତାଙ୍କର ଚମତ୍କାରୀ ଅଭିନୟ ପାଇଁ ସଦା ମନେ ରହିବେ। ତାଙ୍କ କାମ ଆଗାମୀ ଦିନରେ ବି ଲୋକପ୍ରିୟ ହୋଇ ଚାଲିବ। ତାଙ୍କ ପରଲୋକ ମୋତେ ଦୁଃଖି କରାଇଛି। ତାଙ୍କ ଅତ୍ମାର ସଦ୍‌ଗତି କାମନା କରୁଛି।’

ସେହି ପରି ଆମ୍‌ ଆଦ୍‌ମର ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ ମଧ୍ୟ ତାଙ୍କ ଟ୍ଵିଟର୍‌ ଆକଉଣ୍ଟରେ ଗିରିଶ କର୍ଣ୍ଣଡଙ୍କ ପରଲୋକକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe