୩୧ଶ ଆସିଆନ୍‌ ଶିଖର ସମ୍ମିଳନୀ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ମୋଦି

୩୧ଶ ଆସିଆନ୍‌ ଶିଖର ସମ୍ମିଳନୀ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ମୋଦି

Image Courtesy of The Financial Express

ନୂଆଦିଲ୍ଲୀ: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ଶ ଆସିଆନ୍‌ ଶିଖର ବୈଠକର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି।

ଫିଲିପ୍ପିନ୍‌ସ୍‌ର ମାନିଲା ଠାରେ ଆସିଆନ୍‌ ଶିଖର ବୈଠକର ଉଦ୍‌ଘାଟନୀ ଉତ୍ସବରେ ନେତାମାନଙ୍କର ଫଟୋ ଉତ୍ତୋଳନ ଏବଂ କରମର୍ଦ୍ଦନ ଲେଖି ଭାରତୀୟ ପବ୍ଲିକ୍‌ ବ୍ରୋଡ୍‌କାଷ୍ଟର୍‌ ଦୂରଦର୍ଶନ ଟୁଇଟ୍‌ ପୋଷ୍ଟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ନେତୃବୃନ୍ଦଙ୍କ ସହ ମଞ୍ଚାସୀନ ହେବା ସହ ସେମାନଙ୍କ ସହ କରମର୍ଦ୍ଦନ କରୁଥିବାର ଭିଡିଓ ମଧ୍ୟ ଟୁଇଟର୍‌ରେ ପୋଷ୍ଟ୍‌ କରାଯାଇଛି।

ରବିବାର ଦିନ ଏ ବର୍ଷର ଇଣ୍ଡିଆ-ଆସିଆନ ଆଣ୍ଡ୍‌ ଇଷ୍ଟ୍‍ ଏସିଆ ସମିଟ୍‌ ପୂର୍ବରୁ ଫିଲିପ୍ପୀୟ ରାଷ୍ଟ୍ରପତି ରୋଡ୍ରିଗୋ ଡ୍ୟୁଟେର୍‌ଟି ତରଫରୁ ଆୟୋଜିତ ଭବ୍ୟ ରାତ୍ର ଭୋଜନରେ ମୋଦି କଥାବର୍ତ୍ତା କରିଥିବା ବିଶ୍ୱ ନେତୃବୃନ୍ଦଙ୍କ ମଧ୍ୟରେ ଅଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌, ଚୀନ୍‌ ପ୍ରଧାନମନ୍ତ୍ରୀ ଲି’ କେକିୟାଙ୍ଗ୍‌ ଏବଂ ରୁଷୀୟ ପ୍ରଧାନମନ୍ତ୍ରୀ ଦ୍ମିତ୍ରି ମେଦଭେଦେଭ୍‌।

ଶିଖର ବୈଠକ ପୂର୍ବରୁ ମୋଦି ଡ୍ୟୁଟେର୍‌ଟି ଏବଂ ପ୍ରଧାନମନ୍ତ୍ରୀ ଏବଂ ଟ୍ରମ୍ପ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ନିମନ୍ତେ କାର୍ଯ୍ୟନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe