ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗରେ ଆଲୋଚନା କଲେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଓ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜନ୍‌ସନ୍‌

Advertisment
ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗରେ ଆଲୋଚନା କଲେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଓ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜନ୍‌ସନ୍‌

Image Courtesy of Zee News

ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ପ୍ରସଙ୍ଗରେ ମଙ୍ଗଳବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଆଲୋଚନା କରିଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି।

ବିଚାର ଲାଗି ଦୁଇ ଅର୍ଥନୈତିକ ଅପରାଧିଙ୍କୁ ତୁରନ୍ତ ଭାରତକୁ ପ୍ରତ୍ୟର୍ପଣ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଅନୁଷ୍ଠିତ ଭର୍ଚ୍ୟୁଆଲ୍‌ ଶିଖର ବୈଠକରେ ଗୁରୁତ୍ବାରୋପ କରି ଇଂଲଣ୍ଡର୍‌ର ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ଙ୍କୁ କହିଥିଲେ।‌

ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଇଉରୋପ୍‌ ପଶ୍ଚିମ ଉପଖଣ୍ଡର ଯୁଗ୍ମ ସଚିବ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଅର୍ଥନୈତିକ ଅପରାଧୀମାନଙ୍କୁ ପ୍ରତ୍ୟର୍ପଣ କରାଯିବା ନିମନ୍ତେ ଯାହା କିଛି ସମ୍ଭବ ଇଂଲଣ୍ଡ୍‌ର ସରକାରୀ କର୍ତ୍ତୃପକ୍ଷମ‌ାନେ ସେ ସବୁ କରିବେ ବୋଲି ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି।

publive-image Image Courtesy of The Economic Times

ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ କହିଲେ ଯେ, ଇଂଲଣ୍ଡ୍‌ର ଅପରାଧିକ ବିଚାର ବ୍ୟବସ୍ଥା ଯୋଗୁଁ ସେ (ଜନ୍‌ସନ୍‌) କେତେକ ଆଇନଗତ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। କିନ୍ତୁ, ଏ ପ୍ରସଙ୍ଗରେ ସେ ସଚେତନ ଅଛନ୍ତି। ଯଥା ଶୀଘ୍ର ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପ୍ରତ୍ୟର୍ପଣ କରାଯିବା ନିମନ୍ତେ ଯାହା କିଛି ସମ୍ଭବ, ତାହା କରାଯିବ।

ସୂଚନାଯୋଗ୍ୟ, ୨୦୧୬ ମାର୍ଚରୁ ମାଲ୍ୟା ଇଂଲଣ୍ଡ୍‌ରେ ଅବସ୍ଥାନ କରୁଛନ୍ତି। ସ୍କଟ୍‌ଲାଣ୍ଡ୍‌ ୟାଡ୍‌ ତିନି ବର୍ଷ ତଳେ ତାଙ୍କ ନାଁରେ ପ୍ରତ୍ୟର୍ପଣ ପରୱାନା ଜାରି କରିଥିଲେ ମଧ୍ୟ ସେ ଜାମିନ ପାଇଛନ୍ତି। ସେହିଭଳି, ୨ ବିଲିୟନ୍‌ ଡଲାର୍‌ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଆର୍ଥିକ ଦୁର୍ନୀତିରେ ସମ୍ପୃକ୍ତ ହୀରା ବ୍ୟବସାୟୀ ମଧ୍ୟ ସମ୍ପ୍ରତି ଇଂଲଣ୍ଡ୍‌ରେ ରହୁଛନ୍ତି। ଏ ସଂକ୍ରାନ୍ତରେ ଭାରତୀୟ ଅଦାଲତଙ୍କୁ ନିରବ ମୋଦୀ ଉତ୍ତର ଦେବେ ବୋଲି ୱେଷ୍ଟ୍‌ମିନ୍‌ଷ୍ଟର୍‌ ମାଜିଷ୍ଟ୍ରେଟ୍‌ କୋର୍ଟ ରାୟ ଦେଇଛନ୍ତି। ଉଭୟ ଆର୍ଥିକ ଅପରାଧି ବେଆଇନ ଭାବେ ଇଂଲଣ୍ଡ୍‌ରେ ବାସ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe