ତେଜସ୍ବୀ ଯାଦବଙ୍କୁ ଫୋନ୍‌ କରି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ତେଜସ୍ବୀ ଯାଦବଙ୍କୁ ଫୋନ୍‌ କରି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of NDTV

ପାଟନା: ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ବରିଷ୍ଠ ‘ଆର୍‌ଜେଡି’ ନେତା ତେଜସ୍ବୀପ୍ରସାଦ ଯାଦବଙ୍କୁ ଫୋନ୍‌ କରି ତାଙ୍କ ପିତା ତଥା ଦଳର ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି।

ପ୍ରଧାନମନ୍ତ୍ରୀ ଲାଲୁପ୍ରସାଦଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ବୋଲି ତେଜସ୍ବୀଙ୍କର ଜଣେ ଅନ୍ତରଙ୍ଗ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି।

‘ବିଜେପି’ର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ସୁଶୀଲ୍‌ କୁମାର ମ‌ୋଦୀ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍‌ଜେଡି’ ଅଧ୍ୟକ୍ଷ ଲାଲୁପ୍ରସାଦଙ୍କ ସ୍ବାସ୍ଥ୍ୟ ବିଷୟରେ ବିହାର ସରକାର ଗୁରୁତ୍ବ ଦେବା ଉଚିତ।

publive-image Image Courtesy of Republic World

ଟୁଇଟ୍‌ କରି ସୁଶୀଲ୍‌ ମୋଦୀ ଲେଖିଛନ୍ତି: ପ୍ରୟୋଜନ ସ୍ଥଳେ, ଉନ୍ନତ ଚିକିତ୍ସା ନିମନ୍ତେ ବିହାର ସରକାର ତାଙ୍କୁ ତୁରନ୍ତ ଦିଲ୍ଲୀ ପଠାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଉଚିତ।

ହିନ୍ଦୀ ଭାଷାରେ ଟୁଇଟ୍‌କରି ସୁଶୀଲ୍‌ ମୋଦୀ ଲେଖିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।

ଉଲ୍ଲେଖଯୋଗ୍ୟ, ପାହାଚରୁ ଖସିପଡ଼ି କାନ୍ଧହାଡ଼ ଭାଙ୍ଗି ଯିବାର ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଲାଲୁଙ୍କୁ ପାଟନାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମ୍ପ୍ରତି ସେ ଡାକ୍ତରଖାନାର ‘ଆଇସିୟୁ’ରେ ଚିକିତ୍ସାଧୀନ ଅଛନ୍ତି।

ତାଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର କହିଛନ୍ତି, ଅନେକ ରୋଗର ଲକ୍ଷଣ ଦେଖାଯାଉଛି କହି ତାଙ୍କୁ ଏଠାକୁ ଅଣାଯାଇଥିଲା। ବୃକ୍କ (କିଡ୍‌ନି) ସମସ୍ୟା ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଲାଲୁଙ୍କ କାନ୍ଧହାଡ଼ ଭାଙ୍ଗିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe