ଭିଡିଓ ଭାଇରାଲ୍‌: ଗଙ୍ଗା ଘାଟରେ ପାହଚ ଚଢୁ ଚଢୁ ଖସିଗଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ, ଦୌଡ଼ିଯାଇ ଉଠାଇ ପକାଇଲେ ଅଙ୍ଗରକ୍ଷୀ

ଭିଡିଓ ଭାଇରାଲ୍‌: ଗଙ୍ଗା ଘାଟରେ ପାହଚ ଚଢୁ ଚଢୁ ଖସିଗଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ, ଦୌଡ଼ିଯାଇ ଉଠାଇ ପକାଇଲେ ଅଙ୍ଗରକ୍ଷୀ

MERANEWS.com

ନୂଆଦିଲ୍ଲୀ: ଶନିବାର କାନପୁର ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାମୟିକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଉତ୍ତରପ୍ରଦେଶ କାନପୁରର ଗଙ୍ଗାନଦୀରେ ଥିବା ଅଟଳ ଘାଟ ପାହାଚରେ ଚଢୁଥିବା ସମୟରେ ମୁହଁ ମାଡ଼ି ତଳେ ପଡ଼ି ଯାଉଥିବା ଦେଖିବାକୁ ମିଳିଛି। ମୋଦୀ ପଡ଼ି ଯାଉଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ‌ମୋଦୀ ପାହାଚରେ ଚଢ଼ି ଚଢ଼ି ଉପରକୁ ଯାଉଛନ୍ତି। ମାତ୍ର ଚଢ଼ିବା ସମୟରେ ତାଙ୍କ ପାଦ ଟଳମଳ ହେଉଛି ଓ ସେ ପାହାଚ ଉପରେ ମୁହଁ ମାଡ଼ି ପଡ଼ି ଯାଉଛନ୍ତି। ମୋଦୀ ପଡ଼ିଯିବା ମାତ୍ରକେ ତାଙ୍କର ଅଙ୍ଗରକ୍ଷୀମାନେ ଆସି ତାଙ୍କୁ ତଳୁ ଉଠାଇ ଦେଉଛନ୍ତି।

ତେବେ, ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବିଷେଶ କିଛି କ୍ଷତି ହୋଇନାହିଁ। ମୋଦୀ ତଳୁ ଉଠିବା ପରେ ପୁଣି ସ୍ବାଭାବିକ ଭାବେ ପାହାଚରେ ଉପରକୁ ଉପରକୁ ଚଢୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe