ନା ଘର...ନା କାର୍...ଦେଶର ପ୍ରଧାନମନ୍ତ୍ରୀ ହୋଇ ବି ମାତ୍ର ଏତିକି କୋଟିର ମାଲିକ ମୋଦୀ

Advertisment
ନା ଘର...ନା କାର୍...ଦେଶର ପ୍ରଧାନମନ୍ତ୍ରୀ ହୋଇ ବି ମାତ୍ର ଏତିକି କୋଟିର ମାଲିକ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ଲୋକସଭା ନିର୍ବାଚନ ପାଇଁ ବାରାଣସୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ଦିନ ସେ କ୍ରମାଗତ ତୃତୀୟ ଥର ପାଇଁ ବାରାଣସୀ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ଏବଂ ନିର୍ବାଚନ ଆୟୋଗଙ୍କ ନିକଟରେ ତାଙ୍କ ସମ୍ପତ୍ତିର ବିବରଣୀ ଉପସ୍ଥାପନ କରିଥିଲେ। ନିର୍ବାଚନ ଆୟୋଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ୩,୦୨,୦୬,୮୮୯ ଟଙ୍କା।

ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ସତ୍ୟପାଠରେ ମୋଦୀ ସୂଚନା ଦେଇଛନ୍ତି ଯେ, ମାର୍ଚ୍ଚ ୨୦୨୪ପର୍ଯ୍ୟନ୍ତ ତାଙ୍କ ପାଖରେ ୫୨,୯୨୦ହଜାର ନଗଦ ଟଙ୍କା ଥିଲା। ସେଥିମଧ୍ୟରୁ ୨୮,୦୦୦ ଟଙ୍କା ନିର୍ବାଚନ ଖର୍ଚ୍ଚ ପାଇଁ ସେ ବ୍ୟବହାର କରିସାରିଛନ୍ତି। ଏସବୁକୁ ଛାଡ଼ି ୨.୮୫ କୋଟି ଟଙ୍କାର ଜମା ରାଶି ଓ ଏଫଡି ରହିଛି। ଏସବିଆଇର ଗାନ୍ଧିନଗର ଶାଖାରେ ଖୋଲାଯାଇଥିବା ଆକାଉଣ୍ଟରେ ୭୩,୩୦୪ ଟଙ୍କା ଏବଂ ବାରାଣସୀ ନିର୍ବାଚନମଣ୍ଡଳୀରେ ଅବସ୍ଥିତ ଏସବିଆଇ ଶାଖାର ଆକାଉଣ୍ଟରେ ୭ହଜାର ଟଙ୍କା ଜମା କରାଯାଇଛି। ତାଙ୍କ ପାଖରେ ୨,୬୭,୭୫୦ ଟଙ୍କାର ୪ଟି ସୁନା ମୁଦି ଥିବା ବେଳେ ଘର କି ଗାଡ଼ି ତାଙ୍କ ନାମରେ ନାହିଁ । ଏହାବ୍ୟତୀତ ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍ (ଏନ୍ ଏସ୍ ସି)ରେ ତାଙ୍କର ୯,୧୨,୩୯୮ ଟଙ୍କା ନିବେଶ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରୁ ଦେଶରେ କ୍ଷମତାର ଶୀର୍ଷରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ବର୍ଷକୁ ୨୦ଲକ୍ଷ ଟଙ୍କାର ଦରମା ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe