ଗୁଲାମ ନବି ଆଜାଦଙ୍କୁ ବିଦାୟ ଦେଇ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଗୁଲାମ ନବି ଆଜାଦଙ୍କୁ ବିଦାୟ ଦେଇ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

India Today

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ବିଦାୟ ଦେଇ ମଙ୍ଗଳବାର ରାଜ୍ୟସଭାରେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ତାଙ୍କୁ ବିଦାୟ ଦେବା ସହ ରାଜନୀତିରେ ତାଙ୍କ ସ୍ଥାନ ନେବା ପାଇଁ ଆଉ ଜଣେ ତାଙ୍କ ପରି ନେତାଙ୍କୁ ବାଛିବା କଷ୍ଟ ବୋଲି କହିଛନ୍ତି।

ବିରୋଧୀ ଦଳର ନେତା ଭାବରେ ଦଳ ରାଜନୀତିରେ ଜଡ଼ିତ ରହିବା ସହ ଗୁଲାମ ନବି ଆଜାଦଜୀ ଦେଶର ସମୃଦ୍ଧତାକୁ ସର୍ବଦା ପ୍ରାଧାନ୍ୟ ଦେଉଥିଲେ। କରୋନା ମହାମାରୀର ମୁକାବିଲା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବା ପ୍ରସ୍ତାବ ତାଙ୍କର ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ରାଜ୍ୟସଭା ସାଂସଦ ଭାବରେ ତାଙ୍କର ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, 'ଗୁଲାମ ନବିଜୀ (ବିରୋଧୀଦଳର ନେତା ଭାବରେ)ଙ୍କ ସ୍ଥାନରେ ତାଙ୍କ ପରି ଜଣେ ମିଳିବା କଷ୍ଟ। କାରଣ ସେ କେବଳ ତାଙ୍କ ଦଳ ପାଇଁ ନୁହେଁ ବରଂ ଦେଶ ପାଇଁ ଚିନ୍ତା କରୁଥିଲେ।’

ନିଜର ଭାବପ୍ରବଣ ଭାଷଣ ଶେଷ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ ଅନେକ କାର୍ଯ୍ୟ କରିଥିବାରୁ ଗୁଲାମ ନବି ଆଜାଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ତାଙ୍କୁ ବନ୍ଧୁ ଭାବରେ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଦ୍ୱାର ସବୁବେଳେ ଗୁଲାମ ନବି ଆଜାଦଙ୍କ ପାଇଁ ଖୋଲା ରହିବ ଏବଂ ସେ ରାଜନୈତିକ ପ୍ରସଙ୍ଗରେ ତାଙ୍କର ପରାମର୍ଶକୁ ସର୍ବଦା ଗୁରୁତ୍ୱ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe