ଆଂଜେଲା ମର୍କେଲ୍‌ଙ୍କୁ ଲଦାଖୀ ପଶମ ଖଦୀ ଷ୍ଟୋଲ୍‌ ଓ ରତ୍ନମ୍‌ କଲମ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଆଂଜେଲା ମର୍କେଲ୍‌ଙ୍କୁ ଲଦାଖୀ ପଶମ ଖଦୀ ଷ୍ଟୋଲ୍‌ ଓ ରତ୍ନମ୍‌ କଲମ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Image Source: Zee News

ନୂଆଦିଲ୍ଲୀ: ସମ୍ପ୍ରତି ଭାରତ ଗସ୍ତରେ ଥିବା ଜର୍ମାନ୍‌ ଚାନ୍‌ସେଲର୍‌ ଆଂଜେଲା ମର୍କେଲ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଲଦାଖର ଗୋଟାଏ ଚମତ୍କାର ପଶମ ଖଦୀ ଷ୍ଟୋଲ୍‌ ଓ ଗୋଟାଏ ରତ୍ନମ୍‌ କଲମ ଉପହାର ଦେଇଛନ୍ତି।

‘କଲ୍‌ ଅଫ୍‌ ଲଦାଖ୍‌’ ଭାବେ ଜଣା ସେ କଳା ଷ୍ଟୋଲ୍‌ରେ ରହିଛି ପାରମ୍ପରିକ ଲଦାଖୀ ଧଡ଼ିର କାରୁକାର୍ଯ୍ୟ ଓ ଚାରି କୋଣରେ ରହିଛି ମୋଟିଫ୍‌। ଭୀଷଣ ଜାଡ଼ ପଡ଼ିଥିବା ମାସରେ ସ୍ଥାନୀୟ ଲଦାଖୀ ମହିଳାମାନେ ପାରମ୍ପରିକ ଅରଟ ଯୋଗେ ସବୁଠୁ ଭଲ ମେଣ୍ଢା ଲୋମରୁ ପ୍ରସ୍ତୁତ ସୂତାରେ ଏହାକୁ ବୁଣିଛନ୍ତି।

publive-image Image Source: R India

କେ ଭି ରତ୍ନମ୍‌ଙ୍କ ନାମରେ ନାମିତ ରତ୍ନମ୍‌ କଲମ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରସିଦ୍ଧ ହୋଇଥିଲା। ଏହା ଆଜି ବି ତିଆରି ହେଉଛି। କାଳି ପଶୁଥିବା ଏହି କଲମର ନିବ୍‌ ଆସୁଛି ଜର୍ମାନ୍‌ରୁ। ଏହାର ନିର୍ମାତା ଜିନିୟସ୍‌ ଇରିଡିୟମ୍‌ ନିବ୍‌। ଭାରତର ସ୍ୱାଧୀନତା ସମ୍ପର୍କରେ ମହାତ୍ମା ଗାନ୍ଧୀ ଲେଖିଥିବା ୩୧୦୦୦ ହଜାରରୁ ଊର୍ଦ୍ଧ୍ୱ ଚିଠିରୁ ଅଧିକାଂଶ ୧୯୩୪ରେ ରତ୍ନମ୍‌ ଦ୍ୱାରା ତାଙ୍କ ପାଇଁ ନିର୍ମିତ କଲମରେ ଲେଖିଥିଲେ। ମହାତ୍ମା ଗାନ୍ଧୀଙ୍କ ଅନୁରୋଧରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜିନିଷରେ ଏହି କଲମଟିକୁ ପ୍ରସ୍ତୁତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe