ଗୁଜୁରାଟସ୍ଥିତ ବାସଭବନରେ ପହଞ୍ଚି କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

Advertisment
ଗୁଜୁରାଟସ୍ଥିତ ବାସଭବନରେ ପହଞ୍ଚି କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ani

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ ଗାନ୍ଧିନଗରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ କେଶୁଭାଇ ପଟେଲଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିବା ଜଣା ପଡ଼ିଛି। ଶ୍ରଦ୍ଧାଞ୍ଜଳି ଦେବା ସହ ନିଜ ଦୁଇ ଦିନିଆ ଗସ୍ତର ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଯୋଜନାର ଉଦଘାଟନ କରିବେ ବୋଲି ଜଣା ପଡ଼ିଛି।

ସୂଚନା ମୁତାବକ, ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା କେଶୁଭାଇ ପଟେଲଙ୍କର ଗୁରୁବାର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। କେଶୁଭାଇ ପଟେଲ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଅହମ୍ମଦାବାଦ ସ୍ଥିତ ଷ୍ଟର୍ଲିଂ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସେପ୍ଟେମ୍ବର ମାସରେ କେଶୁଭାଇ ପଟେଲ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ବୋଲି ରିପୋର୍ଟରୁ ପ୍ରକାଶ ପାଇଛି। ୧୯୯୫ ମସିହାରେ କେଶୁଭାଇ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ସେ ଗୁଜୁରାଟ ବିଧାନସଭା ସଦସ୍ୟ ଭାବରେ ଛଅ ଥର ମନୋନୀତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe