ଭାରତର ପତ୍ରକୁ ଭୁଲ୍‌ ଭାବେ ବୁଝି ପାକିସ୍ତାନ କହିଲା ଭାରତ ଶାନ୍ତି ପ୍ରତିଷ୍ଠା ଚାହେଁ

ଚଳିତ ବଜେଟ୍‌ ଆଶା, ବିଶ୍ୱାସ ଓ ଆକାଂକ୍ଷାର ବଜେଟ : ପ୍ରଧାନମନ୍ତ୍ରୀ ମୋଦୀ

Image Source: Zee News

ନୂଆଦିଲ୍ଲୀ: ନିକଟରେ ପାକିସ୍ତାନ ଗଣମାଧ୍ୟରେ ପ୍ରକାଶ ପାଇଥିଲା ଯେ ପାକିସ୍ତାନ ସହ ଶାନ୍ତି ପ୍ରତିଷ୍ଠା କରିବା ପ୍ରଂସଗରେ କଥା ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜି ହୋଇଛନ୍ତି। ମାତ୍ର ପାକିସ୍ତାନୀ ଗଣମାଧ୍ୟମର ଏହି ଖବରକୁ ଅସ୍ୱୀକାର କରିଛି ଭାରତ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶୁଭ୍ରମଣ୍ୟମ ଜୈଶଙ୍କର ସେମାନଙ୍କର ପାକିସ୍ତାନୀ ପ୍ରତିପକ୍ଷ ଇମ୍ରାନ ଖାନ ଓ ଶାହ ମହମ୍ମଦ କ୍ୱିରେସିଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ‘ଭାରତ ଶାନ୍ତି ଓ ବିକାଶ ଚାହେଁ। ଭାରତ ସବୁବେଳେ ଲୋକଙ୍କ ବିକାଶ ଓ ଶାନ୍ତିକୁ ଗୁରୁତ୍ୱ ଦେଇ ଆସିଛି।’

publive-image photo-indian express

ପତ୍ରରେ ଆହୁରି ବି ଲେଖାଯାଇଥିଲା ଯେ ପାକିସ୍ତାନ ସହ ଅନ୍ୟ ସମସ୍ତ ଦେଶଗୁଡ଼ିକ ସହ ମଧ୍ୟ ଭାରତ ଶାନ୍ତି ଓ ସମୃଦ୍ଧି ପାଇଁ କଥା ହେବ।

ମାତ୍ର ପାକିସ୍ତାନୀ ଗଣମାଧ୍ୟମ ପତ୍ରକୁ ଭଲ୍‌ ଭାବେ ପଢ଼ି ଭାରତ ପାକିସ୍ତାନ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଆଗ୍ରହୀ ବୋଲି ଖବର ପ୍ରକାଶ କରିଛି। ଏ ସଂପର୍କରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe