ଖୁବଶୀଘ୍ର ବାସ୍ତବ ରୂପ ନେବ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ : ମୋଦୀ

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ  ଖୁବଶୀଘ୍ର ବାସ୍ତବ ରୂପ ନେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପୂର୍ବତନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଜାତୀୟ ଏକତା ଦିବସ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ।

onoe

ଅହମଦାବାଦ : ଗୋଟିଏ ଦେଶ-ଗୋଟିଏ ନିର୍ବାଚନ  ଖୁବଶୀଘ୍ର ବାସ୍ତବ ରୂପ ନେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଗୁଜରାଟ ଗସ୍ତରେ ଥିବା ମୋଦୀ ଗୁରବାର ଷ୍ଟାଚ୍ୟୁ ଅଫ ୟୁନିଟି ଯାଇ ପୂର୍ବତନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଜାତୀୟ ଏକତା ଦିବସ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ।

ଗୋଟିଏ ଦିନ କିମ୍ବା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦେଶରେ ସମସ୍ତ ନିର୍ବାଚନ କରିବାକୁ ଲକ୍ଷ୍ୟ ରଖିଥିବା \'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ\' ପ୍ରସ୍ତାବ ଖୁବ୍ ଶୀଘ୍ର ଅନୁମୋଦନ ପାଇ ବାସ୍ତବରୂପ ନେବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଏହି ପ୍ରସ୍ତାବକୁ ଚଳିତ ବର୍ଷ ପ୍ରାରମ୍ଭରେ କ୍ୟାବିନେଟ୍ ଅନୁମୋଦନ କରିଥିଲା ଏବଂ ଚଳିତ ବର୍ଷ ଶେଷରେ ସଂସଦର ଶୀତକାଳୀନ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ।
ଆମେ ଏବେ \'ଏକ ଦେଶ ଗୋଟିଏ ନିର୍ବାଚନ\' ଦିଗରେ କାର‌୍ୟ୍ୟ କରୁଛୁ ଯାହା ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବ, ଭାରତର ସମ୍ବଳର ସର୍ବୋତ୍ତମ ଉପଯୋଗ କରିବ ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଦେଶକୁ ନୂତନ ଗତି ପ୍ରଦାନ କରିବ। ଆଜି ଭାରତ ଏକ ଧର୍ମନିରପେକ୍ଷ ନାଗରିକ ସଂହିତା \'ଓ୍ଵାନ୍ ନେସନ୍ ଓ୍ଵାନ୍ ସିଭିଲ କୋଡ୍\' ଆଡ଼କୁ ଅଗ୍ରସର ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe