ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ତାଙ୍କୁ ନ ଭେଟିବା ପାଇଁ ବେଙ୍ଗାଲୁରୁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର୍‌

Advertisment
ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ତାଙ୍କୁ ନ ଭେଟିବା ପାଇଁ ବେଙ୍ଗାଲୁରୁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର୍‌

Image Courtesy of The Times of India

ହାଇଦ୍ରାବାଦ: ‘ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌’ର ୨୦ଶ ବାର୍ଷିକୀ ପାଳନ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦରେ ଅବତରଣ କରିଥିବା ବେଳେ ତାଙ୍କୁ ଦେଖା ନ କରିବା ଲାଗି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେ ଗୌଡ଼ା ଏବଂ ତାଙ୍କ ପୁତ୍ର ତଥା ‘ଜଡେି(ଏସ୍) ନେତା ଏଚ୍‌.ଡି. କୁମାରସ୍ବାମୀଙ୍କୁ ସେମାନଙ୍କ ବାସଭବନରେ ଭେଟିବା ଲାଗି ବେଙ୍ଗାଲୁରୁ ଅଭିମୁଖେ ବାହାରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କୁ ନ ଭେଟିବା ପାଇଁ ୪ ମାସ ମଧ୍ୟରେ ଏହା ହେଉଛି କେସିଆର୍‌ଙ୍କର ଦ୍ବିତୀୟ ଉଦ୍ୟମ। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ଲାଗି କେସିଆର୍‌ ତାଙ୍କର କ୍ୟାବିନେଟ୍‌ ମନ୍ତ୍ରୀ ତଲାସାନି ଶ୍ରୀନିବାସ ଯାଦବଙ୍କୁ ପଠାଇବେ। କିନ୍ତୁ, ଏ ସଂକ୍ରାନ୍ତରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ସରକାରୀ ଆଦେଶନାମା ପ୍ରକାଶ ପାଇ ନ ଥିଲା।

publive-image Image Courtesy of The Times of India

ଚିନ୍ନା ଜୀୟାର୍‌ ସ୍ବାମୀ ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମରେ ମୁଚିନ୍ତାଲ୍‌ରେ ‘ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି’ ଉନ୍ମୋଚନ କରିବା ଲାଗି ଫେବ୍ରୁଆରି ମାସର ପ୍ରଥମ ସପ୍ତାହରେ ହାଇଦ୍ରାବାଦ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବା ଲାଗି ଶ୍ରୀନିବାସ ଯାଦବ ଅପେକ୍ଷା କରିଥିଲେ।

ଜାତୀୟ ରାଜନୀତି, ଦେଶ ପାଇଁ ଏକ ବିକଳ୍ପ ଆଜେଣ୍ଡା ଏବଂ ହେବାକୁ ଥିବା ‘ଜେଡି(ଏସ୍‌)’ ନେତାମାନଙ୍କର ଅଧ୍ୟକ୍ଷ ନିର୍ବାଚନ ବିଷୟରେ ଆଲୋଚନା କରିବା ଲାଗି ବରିଷ୍ଠ ‘ଟିଆର୍‌ଏସ୍‌’ ନେତାମାନଙ୍କ ସହିତ ବେଙ୍ଗାଲୁରୁ ଯିବେ।

ବେଙ୍ଗାଲୁରୁରୁ କେସିଆର୍‌ ସିଧା ମହାରାଷ୍ଟ୍ରର ରାଲେଗାନ୍‌ ସିଦ୍ଧି ଓ ଶିରିଡ଼ି ଯାତ୍ରା କରିବେ। ମହାରାଷ୍ଟ୍ରରୁ ଫେରି ସେ ବିହାର ଓ ପଶ୍ଚିମବଙ୍ଗ ଯିବାର ସମ୍ଭାବନା ରହିଛି।

ଗତ ସପ୍ତାହରେ କେସିଆର୍‌ ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଦିଲ୍ଲୀରେ ଭେଟି ବିଜେପି ବି‌ରୋଧରେ ଆବଶ୍ୟକ ସମ୍ମିଳିତ ସଂଗ୍ରାମ ବିଷୟରେ ଆଲୋଚନା କରିଥିଲେ। ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଚଣ୍ଡୀଗଡ଼ରେ ମଧ୍ୟ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe