ଯେତେ କଳାଯାଦୁ କଲେ ବି ଜନତା ଆଉ କେବେ କଂଗ୍ରେସକୁ ବିଶ୍ବାସ କରିବେ ନାହିଁ: ପ୍ରଧାନମନ୍ତ୍ରୀ

Advertisment
ଯେତେ କଳାଯାଦୁ କଲେ ବି ଜନତା ଆଉ କେବେ କଂଗ୍ରେସକୁ ବିଶ୍ବାସ କରିବେ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କଳାଯାଦୁ କଲେ ବି ଜନତା କଂଗ୍ରେସକୁ ବିଶ୍ବାସ କରିବେନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ପାନିପତରେ ୯୦୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦ୍ୱିତୀୟ ପିଢ଼ିର (୨ଜି) ଇଥାନଲ ପ୍ଲାଣ୍ଟକୁ ଉଦଘାଟନ କରିବା ସମୟରେ ଏଭଳି କହିଛନ୍ତି। ଗତ କିଛି ଦିନ ହେଲାଣି ବିରୋଧୀ ଦଳ କଂଗ୍ରେସ କଳା ପୋଷାକ ପିନ୍ଧି କ୍ଷମତାରେ ଥିବା ସରକାରଙ୍କ ବିରୋଧ କରୁଥିବାରୁ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ।

କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ଦେଶରେ କିଛି ଏଭଳି ଲୋକ ଅଛନ୍ତି, ଯେଉଁମାନେ ନକାରାତ୍ମକତାର ଘୂର୍ଣ୍ଣିବଳୟ ଭିତରେ ଫସି ରହିବା ସହ ନିରାଶାରେ ବୁଡି ରହିଛନ୍ତି। ସରକାରଙ୍କ ବିରୋଧରେ ଅନେକ ମିଥ୍ୟା କହିବା ପରେ ମଧ୍ୟ ଜନସାଧାରଣ ଏଭଳି ଲୋକଙ୍କ ଉପରେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏହିପରି ନିରାଶା ମଧ୍ୟରେ ବିରୋଧୀ କଂଗ୍ରେସ ବର୍ତ୍ତମାନ କଳା ଯାଦୁ ଆଡକୁ ମୁହାଁଇଥିବାର ଦେଖାଯାଉଛି। ଆମେ ଅଗଷ୍ଟ ୫ରେ ଦେଖିଲୁ ଯେ, କିପରି କଂଗ୍ରେସ କଳା ଯାଦୁ ବିସ୍ତାର କରିବାର ପ୍ରୟାସ କଲା। ସେମାନେ ଭାବୁଛନ୍ତି ଯେ କଳା ପୋଷାକ ପିନ୍ଧିବା ଦ୍ବାରା ସେମାନଙ୍କର ନିରାଶାର ସମୟ ଶେଷ ହୋଇଯିବ। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ସେମାନେ ଯେତେ କଳା ଯାଦୁ କଲେ ବି ଜନସାଧାରଣ ସେମାନଙ୍କୁ ଆଉ କେବେ ବି ବିଶ୍ବାସ କରିବେ ନାହିଁ।

ବିରୋଧୀମାନେ ମାଗଣାରେ ବିଭିନ୍ନ ସୁବିଧା ଯୋଗାଉଥିବା ସଂସ୍କୃତି ଉପରେ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯଦି ରାଜନୀତିରେ ସ୍ୱାର୍ଥ ଥାଏ, ତେବେ କେହି ବି ଆସି ମାଗଣାରେ ପେଟ୍ରୋଲ ଏବଂ ଡିଜେଲ ଦେବାକୁ ଘୋଷଣା କରିଦେବ। ହେଲେ ଏହିପରି ପଦକ୍ଷେପ ଆମ ପିଲାମାନଙ୍କଠାରୁ ସେମାନଙ୍କର ଅଧିକାର ଛଡ଼ାଇ ନେବ। ଏଭଳି ମାଗଣା ନୀତି ଦେଶକୁ ଆତ୍ମନିର୍ଭରଶୀଳ କରିବ ନାହିଁ। ଏହିପରି ସ୍ୱାର୍ଥପର ନୀତି ପ‌ାଇଁ ଦେଶର ସଚ୍ଚୋଟ ଟିକସଦାତାଙ୍କ ଭାର ମଧ୍ୟ ବୃଦ୍ଧି ପାଇବ। ଯେଉଁମାନେ ସେମାନଙ୍କର ରାଜନୈତିକ ସ୍ୱାର୍ଥ ପାଇଁ ଏପରି ଘୋଷଣା କରୁଛନ୍ତି ସେମାନେ କଦାପି ନୂତନ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ କରିବେ ନାହିଁ। ସେମାନେ ଚାଷୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବେ, କିନ୍ତୁ ଚାଷୀଙ୍କ ଆୟ ବଢ଼ାଇବା ପାଇଁ ଇଥାନଲ ପରି ପ୍ଲାଣ୍ଟ ସ୍ଥାପନ କରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe