Image Courtesy of The Times of India
ନୂଆଦିଲ୍ଲୀ: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଫୋନ୍ ଯୋଗେ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ତାଙ୍କ ସହ ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନ୍ଙ୍କୁ ମଧ୍ୟ ଭାରତ ଆସିବାକୁ ମୋଦୀ ନିମନ୍ତ୍ରଣ କରିଛନ୍ତି। ଏକ ଟ୍ବିଟ୍ ଯୋଗେ ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନ୍ଙ୍କ ସହ ଫୋନ୍ରେ କଥା ହୋଇଥିବା କଥା ସୂଚନା ଦେଇଛନ୍ତି।
ମୋଦୀ ବାଇଡେନ୍ଙ୍କୁ ଆମ ଦେଶକୁ ନିମନ୍ତ୍ରଣ କରିବା ସହ ତାଙ୍କ ସହ ଅନେକ ଗୁଡ଼ାଏ ପ୍ରସଂଗରେ ମଧ୍ୟ କଥା ହୋଇଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ କେତେକ ଆଞ୍ଚଳିକ ପ୍ରସଙ୍ଗ ଏବଂ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ ଉପରେ ଆଲୋଚନା କରିଛନ୍ତି।
ଜଳବାୟୁ ପରିବର୍ତ୍ତନ ବିରୋଧରେ ଉଭୟ ଦେଶ ପରସ୍ପରିକ ସହଯୋଗ ଆଗକୁ ବଢ଼ାଇବାକୁ ମଧ୍ୟ ସହମତି ପ୍ରକାଶ ପାଇଛି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଜୋ ବାଇଡେନ ୨୦ ଜାନୁଆରିରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଏହାପରେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ପ୍ରଥମ କଥାବର୍ତ୍ତା ହୋଇଛି।
Follow Us